କୋରାପୁଟ :ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ଶୁକ୍ରବାର) ଅନୁଷ୍ଠିତ ହେବ । ଏହି କ୍ରମରେ କୋଟିଆରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହେବ । କୋଟିଆ ପଞ୍ଚାୟତର 13 ଟି ୱାର୍ଡ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୋଟ ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ସାଲୁର ଠାରେ ଆନ୍ଧ୍ର ପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଲୋକସତ୍ତାର ରାଷ୍ଟ୍ର ମୁଖ୍ୟ ବିସେଟି ବାବାଜୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
କୋଟିଆର ଭୋଟରଙ୍କୁ ଏହି ପଞ୍ଚାୟତ ନିର୍ବାଚନରେ ଭୋଟ ନ ଦେବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ଭାଗ ନେଲେ କୋଟିଆବାସୀ ଆନ୍ଧ୍ର ତରଫରୁ ମିଳୁଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେବେ ବୋଲି ସେ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ର ନେତାଙ୍କ ଏଭଳି ଚେତାବନୀ ନିର୍ବାଚନରେ ବାଧା ସୃଷ୍ଟି କରିବା ବୋଲି ଆଶଙ୍କା କରାଯାଉଛି । ସେପଟେ ନିର୍ବାଚନର ପ୍ରସ୍ତୁତି କିଭଳି ଚାଲିଛି ଏନେଇ ସ୍ଥିତି ପରଖି ଥିଲା ଇଟିଭି ଭାରତ ।
ଏହାବି ପଢନ୍ତୁ :ନିର୍ବାଚନୀ ହିଂସାକାଣ୍ଡକୁ ରୋକିବାକୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ: ବିଜେପି