ଓଡିଶା

odisha

ETV Bharat / state

18ରେ କୋଟିଆ ପଞ୍ଚାୟତ ନିର୍ବାଚନ: ବିଶୃଙ୍ଖଳା ଆଚରଣ ବିଧି ଆଶଙ୍କା ନେଇ 12 ଜଣଙ୍କୁ ନୋଟିସ - କୋଟିଆ ପଞ୍ଚାୟତ ନିର୍ବାଚନ

କୋଟିଆରେ ଆସନ୍ତା 18 ତାରିଖ ଦିନ ପଞ୍ଚାୟତ ନିର୍ବାଚନ । କୋଟିଆରେ ନିର୍ବାଚନ ସମୟରେ ବିଶୃଙ୍ଖଳା ହେବା ଆଶଙ୍କାରେ ପଟ୍ଟାଙ୍ଗି ତହସିଲଦାରଙ୍କ କାର୍ଯ୍ୟାଳୟରୁ ଗଲା 12 ଜଣଙ୍କୁ ନୋଟିସ । ଅଧିକ ପଢନ୍ତୁ

18ରେ କୋଟିଆ ପଞ୍ଚାୟତ ନିର୍ବାଚନ : ବିଶୃଙ୍ଖଳା ଆଚରଣ ବିଧି ଆଶଙ୍କା ନେଇ 12 ଜଣଙ୍କୁ ନୋଟିସ
18ରେ କୋଟିଆ ପଞ୍ଚାୟତ ନିର୍ବାଚନ : ବିଶୃଙ୍ଖଳା ଆଚରଣ ବିଧି ଆଶଙ୍କା ନେଇ 12 ଜଣଙ୍କୁ ନୋଟିସ

By

Published : Feb 16, 2022, 9:02 PM IST

କୋରାପୁଟ : ଆସନ୍ତା 18ରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏନେଇ ପଟ୍ଟାଙ୍ଗି ତହସିଲଦାରଙ୍କ କାର୍ଯ୍ୟାଳୟରୁ 12 ଜଣଙ୍କୁ ନୋଟିସ କରାଯାଇଛି । କୋଟିଆରେ 18 ତାରିଖ ଦିନ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଆନ୍ଧ୍ର ସମର୍ଥକ ଓ ଅନ୍ୟ କିଛି ସ୍ଥାନୀୟ ବ୍ୟକ୍ତି ନିର୍ବାଚନ ପ୍ରକ୍ରିୟାରେ ବାଧା ଉପୁଜାଇବା ଆଶଙ୍କା ରହିଛି ।

18ରେ କୋଟିଆ ପଞ୍ଚାୟତ ନିର୍ବାଚନ : ବିଶୃଙ୍ଖଳା ଆଚରଣ ବିଧି ଆଶଙ୍କା ନେଇ 12 ଜଣଙ୍କୁ ନୋଟିସ

ଏହାବି ପଢନ୍ତୁ :ବ୍ରହ୍ମଗିରିରେ ନିର୍ବାଚନୀ ହିଂସା: ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ଏନେଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତାକାଲି (ଗୁରୁବାର) ତହସିଲ କାର୍ଯ୍ୟାଳୟରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ସମୟରେ ସେମାନେ କୌଣସି ବାଧା ଉପୁଜାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବାକୁ ହେବ ବୋଲି ଏହି ନିର୍ଦ୍ଦେଶ ପତ୍ରରେ ଉଲ୍ଲେଖ ରହିଛି । ଏହାସହ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details