ଓଡିଶା

odisha

ETV Bharat / state

ଶ୍ରାବଣ ଛତୁକୁ ପ୍ରଭାବିତ କରିପାରିନି କୋରୋନା - sraban mushroom comes in market

ଶ୍ରାବଣ ବର୍ଷାରେ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ମାଟି ତଳୁ ଫୁଟିଉଠିଥିବା ଶ୍ରାବଣ ଛତୁକୁ ସଂଗ୍ରହ କରି ବଜାରକୁ ଆଣିଥିବା ଆଦିବାସୀ ମହିଳାଙ୍କୁ ଆନନ୍ଦ ଆଣିଦେଇଛି । ଏହି ଶ୍ରାବଣ ଛତୁକୁ କିଣିବା ପାଇଁ ମଧ୍ୟ ବେଶ ଉତ୍ସୁକ ଅଛନ୍ତି ଗ୍ରାହକ । ଆକାଶ ଛୁଆଁ ଦର ମଧ୍ୟ ଫରକ ପଡୁନି ଗ୍ରାହକଙ୍କୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରାବଣ ଛତୁକୁ ପ୍ରଭାବିତ କରିପାରିନାହିଁ କୋରୋନା
ଶ୍ରାବଣ ଛତୁକୁ ପ୍ରଭାବିତ କରିପାରିନାହିଁ କୋରୋନା

By

Published : Sep 11, 2020, 10:48 PM IST

କୋରାପୁଟ: କୋରୋନା କେତେବେଳେ ଚାଷୀକୁ ଅଭାବୀ ବିକ୍ରିର ଜାଲରେ ଛନ୍ଦି ଦେଇଥିଲା ତ ଆଉ କେତେବେଳେ ଗ୍ରାହକକୁ ଆକାଶଛୁଆଁ ଦରରେ ପରିବା କିଣିବା ପାଇଁ ବାଧ୍ୟ କରିଛି । ତେବେ ଶ୍ରାବଣ ବର୍ଷାରେ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ମାଟି ତଳୁ ଫୁଟିଉଠିଥିବା ଶ୍ରାବଣ ଛତୁକୁ ସଂଗ୍ରହ କରି ବଜାରକୁ ଆଣିଥିବା ଆଦିବାସୀ ମହିଳାଙ୍କୁ ଆନନ୍ଦ ଆଣିଦେଇଛି । ଆଉ ହାତ ପାଆନ୍ତାରେ ଦୁର୍ଲଭ ଛତୁ ଟିକେ ପାଇ ତାଠାରୁ ଅଧିକ ଉଲ୍ଲସିତ ହୋଇ ଉଠିଛନ୍ତି ଗ୍ରାହକ ।

ଶ୍ରାବଣ ଛତୁକୁ ପ୍ରଭାବିତ କରିପାରିନାହିଁ କୋରୋନା

କୋରାପୁଟ ମାଟିରେ ଜନ୍ମ ନେଇଥିବା ବରିଷ୍ଠ ନାଗରିକ ତେଜେଶ୍ୱର ରାଓ ଚାଙ୍ଗୁଡ଼ି ଭର୍ତ୍ତି ଛତୁକୁ ଶହେ ଟଙ୍କାରେ କିଣିବା ଦିନ ଗୁଡିକୁ ମନେ ପକାଉଥିଲେ ହେଁ ଆଜି 500 ଟଙ୍କାରେ ଏକ କିଲୋ ଛତୁ କିଣିବାକୁ ପଛେଇ ନାହାଁନ୍ତି । ଏହି ଛତୁ କୋରାପୁଟ ବଜାରରେ କେବଳ ଦୁଇମାସ ମିଳୁଥିବା ଯୋଗୁଁ ତାକୁ ବଣ ଜଙ୍ଗଲରୁ ସଂଗ୍ରହ କରି ଆଣୁଥିବା ରୁକ୍ମିଣୀ ଗୌଡ଼ ଭଳି ମହିଳା ଓ ତେଜେଶ୍ୱରଙ୍କ ଭଳି ଗ୍ରାହକଙ୍କୁ ଶ୍ରାବଣରେ ମଜା ନେବାରେ କୋରୋନା ଯେ ପ୍ରଭାବିତ କରିନାହିଁ ତାହା ସ୍ପଷ୍ଟ ବାରି ହୋଇପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details