ଓଡିଶା

odisha

ETV Bharat / state

ପଙ୍କରୁ ପଦ୍ମ, OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୋଟିଆର କୃତି ଛାତ୍ର ସୌରଭ - କୋଟିଆର ସୌରଭ ଖିଲ

ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା କୋଟିଆ ଏଥରେ ଶିକ୍ଷା ପାଇଁ ଚର୍ଚ୍ଚାରେ ରହିଛି । ଏହି ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ସୌରଭ ଖିଲ । ଅଧିକ ପଢ଼ନ୍ତୁ

ocs exam result
ପ୍ରଶାସନିକ ସେବା ପରୀକ୍ଷା

By

Published : Aug 3, 2023, 12:36 PM IST

Updated : Aug 3, 2023, 12:49 PM IST

OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୋଟିଆର ଛାତ୍ର ସୌରଭ

କୋରାପୁଟ: ଓଡ଼ିଶା ଓ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ କୋଟିଆ । ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ହେଲେ ପ୍ରଥମ ଥର ପାଇଁ ଶିକ୍ଷାକୁ ନେଇ ଚର୍ଚ୍ଚାରେ ରହିଛି କୋଟିଆ । ଏହି ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ସୌରଭ ଖିଲ । ୨୦୨୧ ପ୍ରଶାସନିକ ସେବା ପରୀକ୍ଷାରେ ୩୪୦ ରାଙ୍କ ରଖି ସମଗ୍ର କୋଟିଆ ପାଇଁ ଗର୍ବ ଆଣିଛନ୍ତି ।

କୋଟିଆ ପଞ୍ଚାୟତ ମାତଲାମ୍ବ ଗ୍ରାମର ଯୀଶୁଦାନ ଖିଲ ଓ ସୁନାରୀ ମାଣ୍ଡିଙ୍କ ପୁଅ ସୌରଭ । ଗାଁର ପ୍ରାଥମିକ ବିଦ୍ୟାଳୟରେ ସୌରଭଙ୍କ ପାଠପଢ଼ା ଆରମ୍ଭ । ପିଲାଟି ବେଳୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପଞ୍ଚମରେ ନବୋଦୟ ବୃତ୍ତି ପାଇବା ପରେ କୋରାପୁଟ ସ୍ଥିତ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଏହାପରେ ସେ ଭୁବନେଶ୍ବର ସ୍ଥିତ ଓୟୁଏଟିରେ ପଢ଼ିବାକୁ ସୁଯୋଗ ପାଇଥିଲେ । ସେଠାରେ ଅନ୍ୟ ଛାତ୍ରମାନଙ୍କୁ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ସୌରଭ ମଧ୍ୟ ଏଥିପ୍ରତି ମନ ବଳାଇଥିଲେ । ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସେ ଆଜି ଏହି ସଫଳତା ପାଇଛନ୍ତି । ଓଡ଼ିଶା ଓ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ କୋଟିଆ ସବୁବେଳ ସମସ୍ୟା ଭିତରେ ଜୁଝି ହୋଇଥାଏ । ତେଣୁ ନିଜ ଅଞ୍ଚଳବାସୀଙ୍କ ପାଇଁ କିଛି କରି ଦେଖାଇବାର ନିଶା ଆଜି ତାଙ୍କୁ ସଫଳତାର ବାଟ ଦେଖାଇଛି । ତାଙ୍କର ଏହି ସଫଳତା ପାଇଁ ପଟ୍ଟାଙ୍ଗି ଠାରେ ପ୍ରଶାସନ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧ୍ବନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:OPSC Result: ଉପାନ୍ତ ଅଞ୍ଚଳରୁ OAS ଯାତ୍ରା, ୩ନଂ ରାଙ୍କରେ ତେଲକୋଇର ପ୍ରଣବ ରଞ୍ଜନ ସାହୁ

ଅନ୍ୟପଟେ ସୌରଭ ପାଠ ପଢ଼ିଥିବା ସ୍କୁଲ ଏବେ ବନ୍ଦ ଅବସ୍ଥାରେ ପଡ଼ି ରହିଛି । ସ୍କୁଲରେ ୨୦ରୁ କମ ସଂଖ୍ୟକ ପିଲା ଥିବାରୁ ଅନ୍ୟ ସ୍କୁଲ ସହ ଏହାକୁ ମିଶ୍ରଣ କରାଯାଇଛି । ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, ସୌରଭଙ୍କ ପାଇଁ ଆଜି କୋଟିଆ ମାଟି ଗର୍ବିତ । ପ୍ରଥମ ଥର ପାଇଁ ଏହି ପଞ୍ଚାୟତରେ କେହି ଓଏଏସ ଭଳି କଷ୍ଟମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ନିୟମରେ ବନ୍ଧା ସରକାରୀ ଯୋଜନା ଓ ପ୍ରକ୍ରିୟା ମଧ୍ୟରେ ମାତଲାମ୍ବର ପ୍ରାଥମିକ ବିଦ୍ୟାଳୟରେ ପିଲା ସଂଖ୍ୟା କମ ଥିବା ଦର୍ଶାଇ ତାଲା ପଡିଲା । ସ୍କୁଲ ବନ୍ଦ ହେବା ଦିନଠାରୁ କିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଅନ୍ୟ ସ୍କୁଲ ଗୁଡ଼ିକ ଦୂର ଥିବାରୁ କେତେକ ପିଲାଙ୍କ ପାଇଁ ସ୍କୁଲ ଯିବା ମଧ୍ୟ ସମ୍ଭବପର ହେଉନାହିଁ । ଯାହା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ସମସ୍ୟା ଭୋଗୁଛନ୍ତି ।" ଯଦି ଏହି ସ୍କୁଲ ପୁନଃ ଖୋଲନ୍ତା ସୌରଭ ଭଳି ଅନେକ ଛାତ୍ର ମଧ୍ୟ ବାହାରି ପାରନ୍ତେ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Aug 3, 2023, 12:49 PM IST

ABOUT THE AUTHOR

...view details