ଓଡିଶା

odisha

ETV Bharat / state

ସ୍କୁଟିରୁ 12 କିଗ୍ରା ଚନ୍ଦନ କାଠ ଜବତ, ଜଣେ ଗିରଫ

ସ୍କୁଟିରେ ଚନ୍ଦନ କାଠ ଚାଲାଣ । ଜଣେ ଗିରଫ । କୋରାପୁଟ ସୁନାବେଡା ଡିପି କ୍ୟାମ୍ପ ବାସିନ୍ଦା ସପନ ଚକ୍ରବର୍ତ୍ତୀଙ୍କ ସ୍କୁଟରରୁ ଯାଞ୍ଚ ସମୟରେ 12 କିଲୋଗ୍ରାମ ଚନ୍ଦନ କାଠ ଜବତ ହୋଇଥିବାବେଳେ ସୁନାବେଡା ପୋଲିସ ତାଙ୍କୁ ଗିରଫ କରିଛି ।

By

Published : Jan 18, 2020, 2:24 AM IST

Updated : Jan 18, 2020, 5:07 AM IST

sandalwood seized
ସ୍କୁଟିରୁ 12 କିଗ୍ରା ଚନ୍ଦନ କାଠ ଜବତ, ଜଣେ ଗିରଫ

କୋରାପୁଟ: ସ୍କୁଟିରେ ଚନ୍ଦନ କାଠ ଚାଲାଣ । ଜଣେ ଗିରଫ । ସୁନାବେଡା ଡିପି କ୍ୟାମ୍ପ ବାସିନ୍ଦା ସପନ ଚକ୍ରବର୍ତ୍ତୀଙ୍କ ସ୍କୁଟରରୁ ଯାଞ୍ଚ ସମୟରେ 12 କିଲୋଗ୍ରାମ ଚନ୍ଦନ କାଠ ଜବତ ହୋଇଥିବାବେଳେ ସୁନାବେଡା ପୋଲିସ ତାଙ୍କୁ ଗିରଫ କରିଛି । ଏହାସହ ପଚରା ଉଚରା ସମୟରେ ଘରେ ଲୁଚାଇ ରଖିଥିବା 36 କିଲୋଗ୍ରାମ ଚନ୍ଦନ କାଠ ବାବଦରେ ପୋଲିସ ଜାଣିବାକୁ ପାଇ ତାକୁ ମଧ୍ୟ ଜବତ କରିଛି ।

ସ୍କୁଟିରୁ 12 କିଗ୍ରା ଚନ୍ଦନ କାଠ ଜବତ, ଜଣେ ଗିରଫ

କିଛିଦିନ ପୂର୍ବେ ଏଚଏଏଲ ପରିସର ମଧ୍ୟରୁ ଚନ୍ଦନ ଗଛ ଚୋରି ହୋଇଯାଇଥିବା ସେଠାକାର ସୁରକ୍ଷା କର୍ମୀ ରାଜୀବ ରଞ୍ଜନ ସୁନାବେଡା ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ତେବେ ସପନ ସ୍କୁଟିରେ ଚନ୍ଦନ କାଠ ନେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ତା ଗାଡି ଯାଞ୍ଚ କରିଥିଲା ।

ସୂଚନାଥାଉକି, ପୂର୍ବରୁ ମଧ୍ୟ ଚନ୍ଦନକାଠ ଚାଲଣ ମାମଲାରେ ସପନ ଗିରଫ ହୋଇ ଜେଲ ଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jan 18, 2020, 5:07 AM IST

ABOUT THE AUTHOR

...view details