କୋରାପୁଟ:କୋଟିଆ ପଞ୍ଚାୟତର ତାଡିବାଲାସାରେ ଆନ୍ଧ୍ରର ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ତଦାରଖ କଲେ ଆନ୍ଧ୍ର ବିଧାୟକ (salur mla visit tadibalasa weekly market of kotia GP) । ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା 9 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ହାଟ ବଜାର ବିଶ୍ରାମ ଗୃହ ଓ ପିଣ୍ଢିର କାର୍ଯ୍ୟକୁ ଶନିବାର ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ତଦାରଖ କରିଛନ୍ତି ।
ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା (salur mla Rajan Dora) ଓ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୂର୍ମନାଥଙ୍କ ଉପସ୍ଥିତିରେ ଗତ କିଛିଦିନ ପୂର୍ବେ ଏହି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା । ସେଠାରେ ଆନ୍ଧ୍ରର ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ସମୟରେ କୋଟିଆ ନିକଟ ତଳ ଗଂଜେଇପଦର ଠାରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ରକୁ ଓଡିଶା ସରକାର କାମ ବନ୍ଦ କରାଇବା ଘଟଣାକୁ ସେ ନିନ୍ଦା କରିଛନ୍ତି ।