କୋରାପୁଟ: ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ତିନି ଠାକୁରଙ୍କ ପାଇଁ ପ୍ରସ୍ତୁତ ତିନି ରଥ । ଆଉ କେଇ ଘଣ୍ଚାର ପ୍ରତିକ୍ଷା ପରେ କୋଟି ହୃଦୟର ପ୍ରାଣନାଥ କାଳିଆ ଠାକୁର ଭାଇ ବଳିଆ ଓ ଭଉଣୀ ସୁଭଦ୍ରାକୁ ଧରି ବାହାରିବେ ମାଉସୀ ମା' ଘରକୁ । ସେଥିପାଇଁ ପ୍ରସ୍ତୁତ ଥିବା ଦର୍ପଦଳନ, ନନ୍ଦିଘୋଷ ଓ ତାଳଧ୍ବଜ ରଥକୁ ବିଧି ଅନୁଯାଯୀ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା ।
ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତିଙ୍କ ନବଯୌବନ - ଚତୁର୍ଦ୍ଧାମୂର୍ତି
ପନ୍ଦରଦିନର ଅସୁସ୍ଥ ପରେ ଆଜି ସୁସ୍ଥ ହୋଇ ଭକ୍ତଙ୍କୁ ଦିବ୍ଯ ନବଯୌବନ ଦର୍ଶନ ଦେଉଛନ୍ତି ତିନି ଠାକୁର । ଶାବରଶ୍ରୀକ୍ଷେତ୍ରରେ କାଳିଆକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଣରେ ଦେଖାଦେଇଛି ଅପୂର୍ବ ଆନନ୍ଦ ।
ଫଟୋ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ
ପନ୍ଦରଦିନ ଧରି ଅଣସର ଘରେ ଅସୁସ୍ଥ ଥିବା ମହାବାହୁ ଏବେ ସୁସ୍ଥ ହୋଇଛନ୍ତି । ଆଉ ଆଜି ସଂନ୍ଧ୍ୟାରେ ନିଜର ଅଗଣିତ ଭକତଙ୍କୁ ଦେବେ ଦିବ୍ଯ ନବଯୌବନ ଦର୍ଶନ । ସେହିପରି ଆସନ୍ତାକାଲି ସକାଳେ ମା' ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କ ପହଣ୍ଡି କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର କମିଟି ସମ୍ପାଦକ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ