କୋରାପୁଟ: ରାଜାରାଜୁଡା ଅମଳରୁ ଜୟପୁର ସହରର ନୂଆସାହି କଳାକାରଙ୍କ ବାସସ୍ଥାନ ପାଲଟିଛି । ରଥରେ ଚିତ୍ର ଆଙ୍କିବାଠାରୁ ଆରମ୍ଭକରି ଭଳିକି ଭଳି ମୂର୍ତ୍ତୀ ତିଆରି କରିବାରେ ଏଠାକାର ଶିଳ୍ପୀ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ଏହି ସମସ୍ତ କଳା ମଧ୍ୟରେ ଗୋବରରେ ତିଆରି ଖେଳନା ଓ ମୂର୍ତ୍ତୀ ଅନେକ ବର୍ଷ ଧରି ଆଦୃତ ହୋଇଆସିଛି । କିନ୍ତୁ ବର୍ତ୍ତମାନ କେବଳ ଦୁଇଟି ପରିବାର ହିଁ ଏହି କଳାକୁ ବଞ୍ଚାଇ ରଖିଛନ୍ତି ।
ଖବରମୁତାବକ, ବିଶେଷ କରି ରଥଯାତ୍ରା ଓ ଦଶହରା ସମୟରେ ଏହି ସାହିରେ ରହୁଥିବା ଶିଳ୍ପୀ ପରିବାରର ଲୋକେ ଜୟପୁରର ବଡଦାଣ୍ଡରେ ଖେଳନାର ପସରା ମେଲାଇଥାନ୍ତି । କିନ୍ତୁ ସମୟକ୍ରମେ ପ୍ଲାଷ୍ଟିକ ଖେଳନାର ବଢିଥିବା ଆଦର ଗୋବର କଣ୍ଢେଇ ବଜାରକୁ ପ୍ରଭାବିତ କରିବା ଆରମ୍ଭ କରିଛି। ପ୍ରାକୃତିକ ରଙ୍ଗ ପ୍ରସ୍ତୁତି କରିବା ସମ୍ଭବ ହୋଇପାରୁନଥିବା ଯୋଗୁଁ ଶିଳ୍ପୀ ବଜାରରେ ମିଳୁଥିବା ରାସାୟନିକ ରଙ୍ଗ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।