ଓଡିଶା

odisha

ETV Bharat / state

ବଗିଚାରେ ବର୍ଜ୍ୟବସ୍ତୁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ - ଅଦରକାରୀ ବସ୍ତୁକୁ ସୁବିନିଯୋଗ

ବଗିଚାରେ ବର୍ଜ୍ୟବସ୍ତୁକୁ ବ୍ୟବହାର । ଆମେ ଫୋପାଡି ଦେଉଥିବା ବର୍ଜ୍ୟବସ୍ତୁକୁ ଆକର୍ଷଣୀୟ ଭାବେ ସଜାଇଛନ୍ତି କୋରାପୁଟର ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ପଦ୍ମା ଶାସ୍ତ୍ରୀ । ଅଧିକ ପଢନ୍ତୁ

roof top farming
roof top farming

By

Published : Jun 29, 2023, 9:29 AM IST

Updated : Jun 29, 2023, 11:25 AM IST

roof top farming

କୋରାପୁଟ: ବିଶ୍ବର ଦୁଇଟି ବଡ଼ ସମସ୍ୟା ହେଉଛି ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ । ଏହାର କିଭଳି ସୁବିନିଯୋଗ କରି ନୂତନ ବସ୍ତୁ ନିର୍ମାଣ କରାଯାଇପାରିବ, ସେ କ୍ଷେତ୍ରରେ ଅନେକ ଉପାୟ ବାହାର କରାଯାଉଛି । ଆଉ ସେହି ବର୍ଜ୍ୟବସ୍ତୁକୁ କିପରି ଭାବରେ ସୁବିନିଯୋଗ କରାଯାଇ ପାରିବ ତାହା ଦେଖାଇ ଦେଇଛନ୍ତି କୋରାପୁଟ ସହର ବାସିନ୍ଦା ତଥା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ପଦ୍ମା ଶାସ୍ତ୍ରୀ । ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ବିଭିନ୍ନ ଅଦରକାରୀ ବସ୍ତୁକୁ ସୁବିନିଯୋଗ କରି ଲଗାଇଛନ୍ତି ବିଭିନ୍ନ ପ୍ରକାରର ଗଛ । ଯାହା ବେଶ ଆକର୍ଷଣୀୟ ଲାଗୁଛି ।

କୋରାପୁଟ ଭଳି ସହରାଞ୍ଚଳରେ ଜନସାଧାରଣ ବ୍ୟବହାର କରୁଥିବା ଜିନିଷର ପ୍ରକାରଭେଦ ବଢିବା ସହ ଘରୁ ନିର୍ଗତ ହେଉଥିବା ଅଳିଆରେ ମଧ୍ୟ ବର୍ଜ୍ୟବସ୍ତୁରେ ପ୍ରଦୂଷଣ ବୃଦ୍ଧି କରିବା ରାସାୟନିକ କଣିକା ବୃଦ୍ଧି ପାଉଛି । ତେବେ କୋରାପୁଟ ସହରରେ ଏପରି ପରିବେଶକୁ ଖରାପ କରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ କାମରେ ଲଗାଇଛନ୍ତି ଏହି ଦମ୍ପତି ।ଉଭୟେ ଗତ 30 ବର୍ଷ ହେବ ଅଦରକାରୀ ସାମଗ୍ରୀକୁ ଆବଶ୍ୟକ କାର୍ଯ୍ୟରେ ସୁବିନିଯୋଗ କରିଛନ୍ତି । ବୃକ୍ଷ ରୋପଣ ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ସଭା ସମିତିରେ ଜନ ସଚେତନତା ବୃଦ୍ଧି କରିବା ସହ ନିଜସ୍ୱ ଘରେ ବ୍ୟବହାର ପରବର୍ତ୍ତୀ ବାହାରୁ ଥିବା ବର୍ଜ୍ୟବସ୍ତୁ ଗୁଡିକୁ ଫିଙ୍ଗି ଦେବା ପୂର୍ବରୁ ସେଗୁଡିକୁ ପୁଣି ଥରେ କୌଣସି ରୂପରେ ବ୍ୟବହାର କରିବା ପାଇଁ ଶାସ୍ତ୍ରୀ ପ୍ରଚେଷ୍ଟା କରିଥିବା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ - ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଫଳ ଚାଷୀ ମମତା

ତେବେ ଏପରି ସଂଗୃହିତ ହୋଇଥିବା ବର୍ଜ୍ୟବସ୍ତୁକୁ ନୂତନ ରଙ୍ଗ ଓ ଆକାର ଦେଇ ତାକୁ ଅଧିକ ଗ୍ରହଣଶୀଳ କରିବା ପରେ ତାଙ୍କ ଉଦ୍ୟାନରେ ସ୍ଥାପିତ କରୁଥିବା ସେ ଜଣାଇଛନ୍ତି । ଏହି ସବୁ ବର୍ଜ୍ୟବସ୍ତୁ ମଧ୍ୟରେ ସବୁଜିମା ବୃଦ୍ଧି କରି ସେହି ବର୍ଜ୍ୟବସ୍ତୁ ଗୁଡିକର ମାନ ବୃଦ୍ଧି କରିବା ସହ ସମଗ୍ର ଉଦ୍ୟାନକୁ ଏକ ନୂତନ ପରିଚୟ ପ୍ରଦାନ କରିଥିବା ନାରାୟଣ ପଣ୍ଡା ମତ ରଖିଛନ୍ତି । ପ୍ରତିଟି ଘରେ ଏପରି ବର୍ଜ୍ୟବସ୍ତୁ ପରିଚାଳନା କରାଗଲେ ଜୈବ ବିବିଧତା ସମ୍ପନ୍ନ କୋରାପୁଟ ଜିଲ୍ଲାର ବଣ ଜଙ୍ଗଲ ଓ ପାହାଡ଼ ସମେତ ପ୍ରତିଟି ଘର ସବୁଜିମାରେ ଭରିଯିବା ସହ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ କରାଇବାରେ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Jun 29, 2023, 11:25 AM IST

ABOUT THE AUTHOR

...view details