ଓଡିଶା

odisha

ETV Bharat / state

ନିମ୍ନମାନର ରାସ୍ତା ଅଭିଯୋଗ କରି ଗ୍ରାମବାସୀଙ୍କ ରାସ୍ତାକାମ ବନ୍ଦ - କୋରାପୁଟ ଖବର

ଦଶମନ୍ତପୁର ବ୍ଲକର ଲୁଲା ଠାରୁ ଘାଣ୍ଟରାଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ । ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି । ଅଧିକ ଖବର ପଢନ୍ତୁ...

ନିମ୍ନମାନର ରାସ୍ତା ଅଭିଯୋଗ କରି ଗ୍ରାମବାସୀଙ୍କ ରାସ୍ତାକାମ ବନ୍ଦ

By

Published : Nov 23, 2019, 4:26 AM IST

କୋରାପୁଟ: ଦଶମନ୍ତପୁର ବ୍ଲକର ଲୁଲା ଠାରୁ ଘାଣ୍ଟରାଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ କରି ଘାଣ୍ଟରାଗୁଡା ଗ୍ରାମବାସୀ ଶୁକ୍ରବାର ରାସ୍ତାକାମକୁ ଜବରଦସ୍ତ ବନ୍ଦ କରିଦେଇଥିଲେ ।

ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ରାସ୍ତାର ନିର୍ମାଣ ପରେ ମାତ୍ର ଦୁଇମାସ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏଥି ସହିତ ଏହି ରାସ୍ତାର ଏକ ଅଙ୍ଗ ଭାବେ ନିର୍ମାଣ କରାଯାଇଥିବା ଘାଟି ରାସ୍ତାଟି ଅତ୍ୟଧିକ ତୀକ୍ଷ୍ଣ ହୋଇଥିବା ଯୋଗୁଁ ଯାନବାହନ ଯିବା ଆସିବା କରିବାରେ ଅସୁବିଧା ହେଉଛି ବୋଲି ଗ୍ରାମବାସୀ ଜଣାଇଛନ୍ତି ।

ନିମ୍ନମାନର ରାସ୍ତା ଅଭିଯୋଗ କରି ଗ୍ରାମବାସୀଙ୍କ ରାସ୍ତାକାମ ବନ୍ଦ

ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଶୁଣାଇଛନ୍ତି । ତେବେ ଏହି ରାସ୍ତାରେ ଖରାପ ହୋଇଯାଇଥିବା ଅଂଶରେ ପୁନର୍ବାର କାମକରିବା ପାଇଁ ଠିକାଦାରକୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଆର .ୱାଇ. ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details