କୋରାପୁଟ: ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗାଁର ଜଣେ ଗର୍ଭବତୀଙ୍କୁ ଭାରରେ ବୁହା ହୋଇ ନଦୀପାର କରି ଡାକ୍ତରଖାନା ନିଆଯାଇଛି । ସୂଚନାମୁତାବକ, ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରୁ ୧୨ କିଲୋମିଟର ଦୂରରେ ବାଘମାରି ଗାଁ । ଗାଁ ମୁଣ୍ଡରେ ଏକ ପାହାଡିଆ ନଦୀ ରହିଛି । ତେବେ ନଦୀରେ ପୋଲ ଖଣ୍ଡେ ଏଯାଏଁ ହୋଇପାରିନାହିଁ । ତେଣୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ଗାଁ ନିକଟକୁ ଯାଇପାରେ ନାହିଁ ।
ତେଣୁ ସାଧାରଣ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଭାରରେ ବୋହି ନେବାକୁ ବାଧ୍ୟ ହୋଇଥାନ୍ତି ।