ଓଡିଶା

odisha

ETV Bharat / state

ଘାଟିରେ ଓଲଟିଲା ତେଲ ଟ୍ୟାଙ୍କର, 6 ଘଣ୍ଟା ପରେ ସ୍ବାଭାବିକ ଯାତାୟତ

କୋରାପୁଟ-ଜୟପୁର ମଧ୍ୟରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ତେଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିଲା ।

oil tanker accident
ଘାଟିରେ ଓଲଟିଲା ତେଲ ଟାଙ୍କର

By

Published : Dec 17, 2019, 4:40 PM IST

Updated : Dec 17, 2019, 5:30 PM IST

କୋରାପୁଟ: ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ତେଲ ଟ୍ୟାଙ୍କର । କୋରାପୁଟ-ଜୟପୁର ମଧ୍ୟରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ତେଲ ଟ୍ୟାଙ୍କର ଓଲଟି ପଡିଛି । ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିଲା ।

ଘାଟିରେ ଓଲଟିଲା ତେଲ ଟାଙ୍କର

ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ଏକ ଦଶଚକିଆ ଗାଡିକୁ ସାଇଡ଼ ଦେବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି କାରଣରୁ ପ୍ରାୟ 6ଘଣ୍ଟା ଧରି ଗାଡି ଚଳାଚଳ ପ୍ରଭାବିତ ହେବା ସହ ଯାତ୍ରୀ ଦୀର୍ଘ ସମୟ ଧରି ହନ୍ତସନ୍ତ ହୋଇଥିଲେ ।

ପୋଲିସ, ଅଗ୍ନିଶମ ବିଭାଗ ଓ ଭାରତୀ ପେଟ୍ରୋଲିୟମର ଏକ ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ଟାଙ୍କିରେ ଥିବା ପେଟ୍ରୋଲ କାଢ଼ିବା ସହ ଟ୍ୟାଙ୍କରକୁ ନିରାପଦ ଭାବେ କାଢ଼ିଥିଲେ । ଫଳରେ ମଧ୍ୟାହ୍ନ ସୁଦ୍ଧା ରାସ୍ତାରୁ ଟ୍ୟାଙ୍କର ହଟାଯିବା ପରେ ଯାତାୟାତ ସ୍ବଭାବିକ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 17, 2019, 5:30 PM IST

ABOUT THE AUTHOR

...view details