ଓଡିଶା

odisha

ETV Bharat / state

ବର୍ଷାରେ ବେହାଲ କୋରାପୁଟ, ପାହାଡ ଧସି ରାସ୍ତାଜାମ - କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ

ଆଜି ପାହାନ୍ତିଆରେ କୋରାପୁଟ ବୋରିଗୁମ୍ମା ରାଜପଥରେ ରାଣୀଗଡ ଗ୍ରାମ ନିକଟରେ ପାହାଡ଼ ଉପରୁ ବିଶାଳ ଆକାରର ମାଟି ଅତଡା ଖସିଆସିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

By

Published : Sep 3, 2019, 4:23 PM IST

କୋରାପୁଟ: ଲଗାଣ ବର୍ଷାରେ କୋରାପୁଟ ବେହାଲ । ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ଯୋଗୁଁ ପାହାଡରୁ ମାଟି ଅତ଼ଡା ଧସିଯାଇଛି । ଆଜି ପାହାନ୍ତିଆରେ କୋରାପୁଟ ବୋରିଗୁମ୍ମା ରାଜପଥରେ ରାଣୀଗଡ ଗ୍ରାମ ନିକଟରେ ପାହାଡ଼ ଉପରୁ ବିଶାଳ ଆକାରର ମାଟି ଅତଡା ଖସିଆସିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ

ଫଳରେ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯାନବାହନ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ମାଟି ଅତଡା କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି ।

ତେବେ ଅଧିକ ବର୍ଷା ହେଲେ ପାହାଡ଼ରୁ ପୁଣିଥରେ ମାଟି ଓ ପଥର ଖସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ଗତକାଲି ଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ ସମୁଦାୟ ୬୪୭.୪ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details