କୋରାପୁଟ: ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ସଡ଼କ ଦୁର୍ଘଟଣା । ପୋଲିସ ଥାନା ନିର୍ମାଣରେ ନିୟୋଜିତ ଠିକାଦାର ସଂସ୍ଥାର କନିଷ୍ଠ ଯନ୍ତ୍ରୀ ଓ ଅନ୍ୟଜଣେ ସହକର୍ମୀ କାମସାରି କୋଟିଆରୁ କୁନ୍ଦୁଲି ଆଡକୁ ଏକ ପାଣି ଟ୍ୟାଙ୍କରରେ ବସି ଯାଉଥିଲେ । ମାତ୍ର ଭାରସାମ୍ୟ ହରାଇ ଟ୍ୟାଙ୍କରଟି ରାସ୍ତା କଡ଼କୁ ଓଲଟି ଯିବା ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି ।
ପାଣି ଟ୍ୟାଙ୍କର ଓଲଟି କନିଷ୍ଠ ଯନ୍ତ୍ରୀଙ୍କ ସମେତ ଦୁଇ ମୃତ
କୋଟିଆରେ ପାଣି ଟ୍ୟାଙ୍କର ଓଲଟି ଦୁଇ ମୃତ । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଥାନା ନିର୍ମାଣରେ ନିୟୋଜିତ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟଜଣେ ତାଙ୍କ ସହକର୍ମୀ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...
ପାଣି ଟ୍ୟାଙ୍କର ଓଲଟି ଦୁଇ ମୃତ
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ