ଓଡିଶା

odisha

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

By

Published : Aug 27, 2019, 2:41 PM IST

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହାୟକ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ବାଳ । ଜମିଜମା ମାମଲାର ରଫାଦଫା ନିମନ୍ତେ ନେଉଥିଲେ 2500ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ରାଜସ୍ବ ନିରୀକ୍ଷକ । ନନ୍ଦପୁର ତହସିଲ ଅନ୍ତର୍ଗତ ବାଲଡା ରାଜସ୍ବ କାର୍ଯ୍ୟାଳୟର ସହାୟକ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବିଶ୍ବାଳ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ।

କୈଳାସ ଚନ୍ଦ୍ର ବିଶ୍ବାଳ ଡମ୍ବରୁ ହନ୍ତାଳଙ୍କ ଠାରୁ ଜମିଜମା ମାମଲାର ରଫାଦଫା କରିବା ପାଈଁ ୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲ୍‌ରେ ପଡିଛନ୍ତି । ଡ଼ିଏସପି ଏସଏନ ପାଣିଗ୍ରାହୀଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ ତାଙ୍କୁ ଘଟଣା ସ୍ଥଳରେ କାବୁ କରଛନ୍ତି ।

ଏହାସହ ରାଜସ୍ବ ନିରୀକ୍ଷକଙ୍କ ଜୟପୁରର ରାମଦାସ ସାହିରେ କୋଡାଲି ଗୋଦାମ ନିକଟରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ୍‌ ଶାନ୍ତାକାରା, ଇଟିଭି ଭାରତ

ABOUT THE AUTHOR

...view details