ଓଡିଶା

odisha

ETV Bharat / state

କୋଟିଆ ବିକାଶ ନେଇ ପ୍ରତି ପନ୍ଦର ଦିନରେ ବସିବ ସମୀକ୍ଷା ବୈଠକ - Review meetings will be held every fifteen day

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲା ବେଳେ ଏହାକୁ ସହି ପାରିନି ଆନ୍ଧ୍ର । ତେବେ ଏନେଇ କୋଟିଆ ପଞ୍ଚାୟତରେ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା ବୈଠକ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ଅଧିକ ପଢନ୍ତୁ...

Review meetings will be held every fifteen days on Kotiya development
କୋଟିଆ ବିକାଶ ନେଇ ପ୍ରତି ପନ୍ଦର ଦିନରେ ବସିବ ସମୀକ୍ଷା ବୈଠକ

By

Published : Nov 28, 2020, 5:35 PM IST

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲା ବେଳେ ଏହାକୁ ସହି ପାରିନି ଆନ୍ଧ୍ର । ବରଂ ଓଡ଼ିଶା ସୀମା ଭିତରେ ଥିବା ତଳଗଂଜେଇପଦରରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି । କୋଟିଆ ପଞ୍ଚାୟତର 21 ଟି ଗ୍ରାମରେ ବିକାଶ ପହୁଞ୍ଚାଇବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଛି ପ୍ରତିଯୋଗୀତା ।

କୋଟିଆ ବିକାଶ ନେଇ ପ୍ରତି ପନ୍ଦର ଦିନରେ ବସିବ ସମୀକ୍ଷା ବୈଠକ

ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ରାସ୍ତାଘାଟ ଓ ବିଜୁଳି ଯୋଗାଇଦେବା ସହ ବିଏସଏନଏଲର ମୋବାଇଲ ଟାୱାର ବସାଇବା ଏଵଂ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କିଛି ପ୍ରଗତି କରିଥିବା ବେଳେ ଅନେକ ସମୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ବନ୍ଧ ଖୋଲିବା , ବିଜୁଳି ଓ ପାଣି ଯୋଗାଇଦେବା , ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ଭଳି ଆକର୍ଷଣୀୟ ଯୋଜନା କରି ଲୋକଙ୍କ ମନ କିଣିନେବାର ପ୍ରୟାସ ଜାରି ରଖିଛି । ଇତି ମଧ୍ୟରେ ଆନ୍ଧ୍ର ସରକାରଙ୍କ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସମୁଦାୟ 7 ଟି ବନ୍ଧ ଖୋଳାଯାଇଥିବା ଏହି ଅଞ୍ଚଳରେ ସ୍ବେଛାସେବୀ ରଞ୍ଜିତ ପାଙ୍ଗି ଜଣାଇଛନ୍ତି । ବର୍ତ୍ତମାନ ଗଂଜେଇପଦର ନିକଟରେ ଓଡିଶା ସରକାରଙ୍କ ଦ୍ବାରା ବନ୍ଦ କରାଯାଇଥିବା ବନ୍ଧ ସମ୍ପୂର୍ଣ୍ଣ ହୋଇପାରିଲେ ସ୍ଥାନୀୟ ବାସିନ୍ଦା ଚାଷ ବାସ ତଥା ମାଛ ଚାଷ ଭଳି ଲାଭଦାୟକ ବ୍ୟବସାୟ କରିବା ଦ୍ବାରା ସେମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିଥାନ୍ତା ବୋଲି ସେ ମତ ରଖିଛନ୍ତି । ଏଥି ସହିତ କୋଟିଆ ଅଞ୍ଚଳରେ ଫୁଲଝାଡୁ ତିଆରିରେ ମାନ ବୃଦ୍ଧି କରିବା ଓ କଫି ଚାଷ ଭଳି ବ୍ୟବସାୟ କରିବାର ସୁଯୋଗ ପ୍ରଦାନ କରିବା ଦିଗରେ ଓଡିଶା ସରକାର ପଦକ୍ଷେପ ନେଲେ କୋଟିଆବାସୀଙ୍କ ବାସ୍ତବ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।

ସରକାର ୧୫୦ କୋଟି ଟଙ୍କା ଖର୍ଚ୍ଚ କରି କୋଟିଆ ଅଞ୍ଚଳର ବିକାଶ କରିବାର ସ୍ବପ୍ନ ଦେଖୁଥିବା ଯୋଗୁଁ ଏଠିକାର ଜନଯିବନକୁ ପ୍ରଭାବିତ କରୁଥିବା ଵିଷୟ ଗୁଡିକ ପ୍ରତି ଦୃଷ୍ଟି ଦେଇ ବାସ୍ତବ ବିକାଶ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଏଥି ସହିତ କୋଟିଆ ପଞ୍ଚାୟତରେ ପ୍ରତି ପନ୍ଦର ଦିନରେ ଥରେ ସମୀକ୍ଷା ବୈଠକ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details