ଓଡିଶା

odisha

ETV Bharat / state

କୋରୋନା କଟକଣା ମଧ୍ୟରେ ଶାବର ଶ୍ରୀକ୍ଷେତ୍ରରେ ହେଲା ରଥକାଠ ଅନୁକୂଳ - rath wood pooja

ଶାବର ଶ୍ରୋକ୍ଷେତ୍ରରେ ଅନୁକୂଳ ହୋଇଛି ରଥକାଠ ନିର୍ମାଣ । ମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା 3 ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା କଟକଣା ମଧ୍ୟରେ ଶାବର ଶ୍ରୀକ୍ଷେତ୍ରରେ ହେଲା ରଥକାଠ ଅନୁକୂଳ
କୋରୋନା କଟକଣା ମଧ୍ୟରେ ଶାବର ଶ୍ରୀକ୍ଷେତ୍ରରେ ହେଲା ରଥକାଠ ଅନୁକୂଳ

By

Published : Apr 26, 2020, 5:41 PM IST

କୋରୋପୁଟ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୋକ୍ଷେତ୍ରରେ ଅନୁକୂଳ ହୋଇଛି ରଥକାଠ । ତିନୋଟି ରଥକାଠକୁ ପୂଜା କରି ରଥ ନିର୍ମାଣ କାର୍ଯ୍ୟର ବିଧି ଅନୁଯାୟୀ ଅନୁକୂଳ କରାଯାଇଛି ।

କୋରୋନା କଟକଣା ମଧ୍ୟରେ ଶାବର ଶ୍ରୀକ୍ଷେତ୍ରରେ ହେଲା ରଥକାଠ ଅନୁକୂଳ

ଶ୍ରୀଗୁଣ୍ଡିଚା ଯାତ୍ରାରେ ଗତବର୍ଷ ପ୍ରଥମ ଥର ପାଇଁ କୋରାପୁଟରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ଅଲଗା ଅଲଗା ରଥ ନିର୍ମାଣ କରାଯାଇଥିଲା । ହେଲେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଅଗଣିତ ଭକ୍ତଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହେବା ଦିଗରେ ସସପେନ୍ସ ଲାଗିରହିଛି । ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା 3 ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି ।

ସାମୁହିକ ରଥଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ନହେଲେ ମନ୍ଦିର ବେଢାରେ ଏକ ଛୋଟ ରଥଟିଏ ନିର୍ମାଣ କରି କେବଳ ପୂଜକ ଓ ସେବାୟତମାନଙ୍କ ଦ୍ବାରା ରଥଯାତ୍ରା ପାଳନ କରାଯିବ । ଏପରିସ୍ଥଳେ ରବିବାର ପୂଜା ହୋଇଥିବା ତିନୋଟି ଯାକ କାଠକୁ ସେହି ଛୋଟ ରଥରେ ବ୍ୟବହାର କରାଯିବ ବୋଲି ପରିଡା ଜଣାଇଛନ୍ତି ।

ପରମ୍ପରା ଓ ରୀତିନୀତିକୁ ବଜାୟ ରଖି ଯେପରି ନିରାଡ଼ମ୍ବର ସହକାରେ ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଅକ୍ଷୟ ତୃତୀୟାର ପୂଜା କରାଗଲା ଠିକ ସେହିପରି ରଥଯାତ୍ରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନୀତିକାନ୍ତି ନାମକୁ ମାତ୍ର ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସମ୍ପନ୍ନ ହେବ ବୋଲି ସେ ଜଣାପଡିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details