ଓଡିଶା

odisha

ETV Bharat / state

ଖୋଲିଲା ମାଣ୍ଡିଆ ମଣ୍ଡି, 72 ହଜାର କ୍ଵିଣ୍ଟାଲ କିଣିବା ଲକ୍ଷ୍ୟ - koraput Ragi Mandi News

କୋରାପୁଟରେ ଖୋଲିଲା ଚଳିତ ବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି । ଉଦଘାଟନ କଲେ ଜିଲ୍ଲାପାଳ । ଜିଲ୍ଲାରୁ 72 ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ରଖିଛି ପ୍ରଶାସନ । ଅଧିକ ପଢନ୍ତୁ...

ମାଣ୍ଡିଆ ମଣ୍ଡି
ମାଣ୍ଡିଆ ମଣ୍ଡି

By

Published : Jan 8, 2021, 8:23 AM IST

କୋରାପୁଟ: ନନ୍ଦପୁର ବ୍ଲକ ରାଇସିଙ୍ଗ ପଞ୍ଚାୟତରେ ଗୁରୁବାର ଦିନ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ହୋଇଛି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ 72 ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ରଖିଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାର ଶୁଭାରମ୍ଭ କରିଛନ୍ତି ।

ଗତବର୍ଷ କୋରାପୁଟ ଜିଲ୍ଲାରେ 36 ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ 45 ଟି ମଣ୍ଡି ମାଧ୍ୟମରେ ମାଣ୍ଡିଆ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି।

ମାଣ୍ଡିଆ ମଣ୍ଡି

ସେପଟେ ଗତବର୍ଷ ମାଣ୍ଡିଆର ଦାମ କିଲୋ ପିଛା 31.50 ଟଙ୍କା ଥିବାବେଳେ ଚଳିତ ବର୍ଷ କିଲୋ ପିଛା 32.95 ଟଙ୍କା ରହିଛି । ଯାହା ଫଳରେ ଚାଷୀମାନେ ଉତ୍ସାହିତ ଥିବା କହିଛନ୍ତି । ସେହିପରି ପାରମ୍ପରିକ ପଦ୍ଧତିରେ ଉତ୍ପାଦନ କମ ହେଉଥିବା ବେଳେ ବର୍ତ୍ତମାନ ପ୍ରଗତି ସ୍ବେଛାସେବୀ ସଙ୍ଗଠନ ସହଯୋଗରେ ଚାଷର ନୂତନ ଧାରା ପ୍ରୟୋଗ କରି ଅଧିକ ମାଣ୍ଡିଆ ଅମଳ ହୋଇପାରିଥିବା ରାଇସିଙ୍ଗର ମହିଳା ଚାଷୀ ରତ୍ନମଣି ଖରା କହିଛନ୍ତି ।

ଏସଏମ୍ଆଇ ପଦ୍ଧତିରେ ମାଣ୍ଡିଆ ଚାଷ କରି ଚାଷୀ ତାର ଉତ୍ପାଦନ କ୍ଷମତା ବୃଦ୍ଧି କରିଛି । ଏହାସହ ମଣ୍ଡିରେ ବର୍ଦ୍ଧିତ ମୂଲ୍ୟ ପାଇବାରେ ସକ୍ଷମ ହୋଇଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ଆହୁରି ଅଧିକ ମାଣ୍ଡିଆ ଚାଷ କରିବା ପାଇଁ ଆଗ୍ରହ ସୃଷ୍ଟି ହୋଇଛି ବୋଲି କୁହାଯାଉଛି ।

ସୂଚନାଥାଉକି, ମଣ୍ଡିରେ ମାଣ୍ଡିଆ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ କାର୍ଯ୍ୟ ନଭେମ୍ବର ମାସ 4 ତାରିଖରୁ ଆରମ୍ଭ ହୋଇଥିବା ବେଳେ ସ୍ବତନ୍ତ୍ର ମାଣ୍ଡିଆ ରଥ ବାହାରି ଚାଷୀଙ୍କ ମଧ୍ୟରେ ମାଣ୍ଡିଆ ମଣ୍ଡି ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details