ଓଡିଶା

odisha

ETV Bharat / state

ଆସୁଛି ମାଟ୍ରିକ ପରୀକ୍ଷା: ଥାନାରେ ପ୍ରଶ୍ନପତ୍ର - PS

ଥାନାରେ ରହିଲା ପ୍ରଶ୍ନପତ୍ର । ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ କୋରାପୁଟରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । କେତୋଟି ବ୍ଲକର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଥାନାରେ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Feb 16, 2019, 4:02 PM IST

କୋରାପୁଟ: ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏନେଇ କୋରାପୁଟର ସବୁ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶ୍ନପତ୍ରର ସୁଚାରୁରୂପେ ବଣ୍ଟନ ପାଇଁ ୮ ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ କୋରାପୁଟ ଶିକ୍ଷା ଜିଲ୍ଲାରେ ସର୍ବମୋଟ ୬୬ଟି କେନ୍ଦ୍ର କରାଯାଇଛି । ଏଥିରେ ୧୪, ୭୦୩ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଜିଲ୍ଲାର ମାଓ ପ୍ରବଣ ତଥା ଦୁର୍ଗମ ଅଞ୍ଚଳ ବନ୍ଧୁଗାଁ, ନାରାୟଣପାଟଣା ଓ ଲମତପୁଟ ଆଦି ସ୍ଥାନରେ ଥାନାରେ ପ୍ରଶ୍ନପତ୍ର ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ଶିକ୍ଷାବିଭାଗ।

ଶୁକ୍ରବାର ସରକାରୀ ବାଳକ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୬୬ଟି କେନ୍ଦ୍ରର ପରିଚାଳକ, ପ୍ରଧାନ ଶିକ୍ଷକ ଏବଂ ବ୍ଲକର ବିଇଓଙ୍କୁ ତାଲିମ ଦିଆଯାଇଛି । ଜିଲ୍ଲାପାଳଙ୍କ ପକ୍ଷରୁ ମାଜିଷ୍ଟ୍ରେଟ ଓ ସ୍କ୍ବାର୍ଡ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨ ଟି ସ୍କ୍ବାର୍ଡ ଟିମ୍ ଗଠନ କରାଯିବ । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଭିତରର ପ୍ରଶ୍ନପତ୍ର ରହିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପି.କେ.ପଣ୍ଡା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details