ଓଡିଶା

odisha

By

Published : Dec 27, 2021, 10:11 PM IST

ETV Bharat / state

ପ୍ରଦୂଷିତ ହେଉଛି ପୁଞ୍ଜିସିଲ ଜଳପ୍ରପାତ, ଦୃଷ୍ଟି ଦେବାକୁ ଦାବି କଲେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପୁଞ୍ଜିସିଲ ଜଳପ୍ରପାତ । ପର୍ବତର ପାଦଦେଶରେ ଏହି ଜଳପ୍ରପାତ ବହି ଯାଉଥିବାବେଳେ ଏହାର ବେଶ ମଜା ନେଉଛନ୍ତି ପର୍ଯ୍ୟଟକ । ହେଲେ ଏବେ ଏହା ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପ୍ରଦୂଷିତ ହେଉଛି ପୁଞ୍ଜିସିଲ ଜଳପ୍ରପାତ, ଦୃଷ୍ଟି ଦେବାକୁ ଦାବି କଲେ ପର୍ଯ୍ୟଟକ vdo pending
ପ୍ରଦୂଷିତ ହେଉଛି ପୁଞ୍ଜିସିଲ ଜଳପ୍ରପାତ, ଦୃଷ୍ଟି ଦେବାକୁ ଦାବି କଲେ ପର୍ଯ୍ୟଟକ vdo pending

କୋରାପୁଟ: ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପୁଞ୍ଜିସିଲ ଜଳପ୍ରପାତ (Punjisil waterfall in Koraput) । ଦାମନଯୋଡିର ପଞ୍ଚପଟ୍ଟମାଳି ପର୍ବତର ପାଦଦେଶରେ ଏହି ଜଳପ୍ରପାତ ବହି ଯାଉଥିବାବେଳେ ଏହାର ବେଶ ମଜା ନେଉଛନ୍ତି ପର୍ଯ୍ୟଟକ । କିଏ ସେଲଫି ଉଠାଉଛି ତ ପୁଣି କିଏ ସ୍ନାନ କରୁଛି । ଲାଗୁଛି ଯେମିତି ପ୍ରକୃତି କୋଳରେ ହସୁଛି ପାହାଡ ଓ ଝରଣା । ଆଉ ପ୍ରକୃତିର ଏହି ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଶୀତ ଋତୁ ଆସିଲେ ମନେ ପଡେ ଏହି ଜଳପ୍ରପାତ କଥା । ବଣଭୋଜି ହେଉ ବା ପ୍ରକୃତିର ମଜା ନେବାକୁ ଏଠାରେ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଜିଲ୍ଲାର ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିସିଲ ଠାରେ ଏହି ଜଳପ୍ରପାତ ରହିଛି ।

ପ୍ରଦୂଷିତ ହେଉଛି ପୁଞ୍ଜିସିଲ ଜଳପ୍ରପାତ, ଦୃଷ୍ଟି ଦେବାକୁ ଦାବି କଲେ ପର୍ଯ୍ୟଟକ

ମହାମାରୀ କୋରୋନା ଓ ଓମିକ୍ରନ ଯୋଗୁଁ ଚଳିତ ବର୍ଷ ବଣଭୋଜି ଉପରେ କଟକଣା ଲାଗିବା ସତ୍ବେ ମଧ୍ୟ ଏହି ଜଳପ୍ରପାତଙ୍କୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କମ ସଂଖ୍ୟକ ପର୍ଯ୍ୟଟକ ଏହି ସ୍ଥାନକୁ ଆସିଛନ୍ତି । ପଥର ଉପରେ ବହିଯାଇଥିବା ଜଳରାଶି ଉପରଦେଇ ଜଳପ୍ରପାତର ତଳିଆ ଭାଗ ପର୍ଯ୍ୟନ୍ତ ଖସି ଆସିବାର ଆନନ୍ଦକୁ ସାଉଁଣ୍ଟୁଛନ୍ତି ପର୍ଯ୍ୟଟକ । ତେବେ ଏହି ଜଳପ୍ରପାତର ଚତୁଃପାର୍ଶ୍ବ ଏବେ ଅପରିଷ୍କାର ହୋଇପଡି ରହିଛି (Punjisil waterfall being polluted) । ଏଥି ସହିତ ସବୁଠି ପଲିଥିନ, ଅଇଁଠା ଖଲି ଓ ଭଙ୍ଗା ମଦ ବୋତଲ ପଡିଥିବାରୁ ଏହା ପର୍ଯ୍ୟଟକଙ୍କୁ ଦୁଃଖ ଦେଉଛି । ତେବେ ଏଠାରେ ରାନ୍ଧିବା ପାଇଁ ତିଆରି ହୋଇଥିବା ପିଣ୍ଡିକୁ ରାସ୍ତାର ଅଭାବ ସାଙ୍ଗକୁ ନିର୍ମିତ ହୋଇଥିବା ଶୌଚାଳୟ ବନ୍ଦ ପଡିଥିବା ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତ ବର୍ଷ ସ୍ଥାନୀୟ ଲୋକେ ଏହି ସ୍ଥାନର ପରିଚାଳନା କରିବା ପାଇଁ ଆଗେଇ ଆସିଥିଲେ ହେଁ ସରକାରୀ ପ୍ରୋତ୍ସାହନର ଅଭାବରୁ ଏବେ ସେମାନେ ପଛଘୁଞ୍ଚା ଦେବା ସମସ୍ତଙ୍କୁ ଦୁଃଖିତ କରିଛି । ପୁଞ୍ଜିସିଲରେ ବିଶାଳ ପଥର ଉପରେ ବହୁଥିବା ଜଳ ତଳକୁ ଖସିବା ଏକ ବିଶେଷ ଆକର୍ଷଣ ଥିବାବେଳେ ଉପର ମୁଣ୍ଡରେ ପଥରର ଉଭୟ ପାର୍ଶ୍ଵରେ ଜଳସେଚନ ପାଇଁ ପାଣିକୁ ଅଟକାଇ ଦେବା ଫଳରେ ଅଧା ପଥର ଉପରେ ଆଉ ଝରଣା ପାଣି ବହୁନାହିଁ । ତେଣୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ କରିବା ଏବଂ ଜଳସେଚନ ଓ ପର୍ଯ୍ୟଟନ ମଧ୍ୟରେ ସମନ୍ୱୟ ରଖିବା ଦିଗରେ ପଦକ୍ଷେପ ନନେଲେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ପାଇଥିବା ପୁଞ୍ଜିସିଲ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବାର ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।


ଏହି ଜଳପ୍ରପାତର ବିଶେଷ ଗୁଣ ହେଲା ଏଠାରେ କୌଣସିବି ବିପଦ ସଂକୁଳ ସ୍ଥାନ ନାହିଁ । ତେଣୁ ସାଧାରଣ ପର୍ଯ୍ୟଟକ ମଧ୍ୟ ଏହାର ଆନନ୍ଦ ନେବାରେ ସମର୍ଥ ହୋଇପାରିଛନ୍ତି । ଯାହାଫଳରେ ରାସ୍ତା ନଥିଲେବି ବସ , ଜିପ , ଗାଡି କରି ଦୂରଦୂରାନ୍ତରୁ ଛୁଟି ଆସୁନ୍ତି ପର୍ଯ୍ୟଟକ । ତେବେ ସେମାନଙ୍କ ସୁବିଧା ପାଇଁ ସ୍ଥାନ ଓ ପାନୀୟ ଜଳ ପାଇଁ ନଳକୂପ ସାଙ୍ଗକୁ ଗାଁ ମୁଣ୍ଡରୁ ରାସ୍ତାଟିଏ ନିର୍ମାଣ କରାଗଲେ ପର୍ଯ୍ୟଟକଙ୍କ ପାଇଁ ସୁବିଧା ହୋଇପାରନ୍ତା ବୋଲି ପର୍ଯ୍ୟଟକ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details