କୋରାପୁଟ: କାମରେ ଆସୁନି ଗୋଷ୍ଠୀ ଶୌଚାଳୟ । ପାଣି ବ୍ୟବସ୍ଥା ସହ ଆକର୍ଷଣୀୟ ରଙ୍ଗ ଦିଆଯାଇଛି ସତ ହେଲେ ଚକଚକିଆ ଦେଖାଯାଉଥିବା ଏହି ଶୌଚାଳୟରେ ଏବେ ତାଲା ଝୁଲୁଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି ସତ ହେଲେ ନିର୍ମାଣ ପରେ ତାଲା ଝୁଲୁଛି । ଦିନେ କି ୨ ଦିନ ନୁହେଁ ଦୀର୍ଘ ବର୍ଷ ହେଲାଣି ତାଲା ପଡିଛି ।
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲ୍ଲା ପଞ୍ଚାୟତ ସଦର ମହକୁମାର ଏହି ଦୃଶ୍ୟ । ଶୌଚାଳୟ ଟି ପଞ୍ଚାୟତ କାର୍ଯ୍ୟାଳୟର ସୁଉଚ୍ଚ ସ୍ଥାନରେ ନିର୍ମାଣ କରାଯାଇଥିବା ସହିତ ଜଳର ସମସ୍ୟା ରହିଥିବା ଯୋଗୁଁ କେହି ଶୌଚପାଇଁ ଆସୁନଥିବା ହୋଇଛି ଅଭିଯୋଗ । ଅନ୍ୟପଟୋ ଭିନ୍ନକ୍ଷମଙ୍କ ପାଇଁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ପାହାଚ ସମସ୍ୟା ଯୋଗୁଁ ଶୌଚାଳୟର ମୁହଁ ମାଡିବାକୁ ସକ୍ଷମ ହୋଇପାରୁନାହାନ୍ତି ।