କୋରାପୁଟ: ତିନି ଦଫା ଦାବି ନେଇ ରାସ୍ତାରୋକ କଲେ 21 ଗ୍ରାମର ଗ୍ରାମବାସୀ। ଶୁକ୍ରବାର ଗ୍ରାମବାସୀଙ୍କ ଦ୍ବାରା ନାଲକୋ ଖଣିକୁ ରାସ୍ତା ଅବରୋଧ କରାଯାଇଛି।
ନାଲକୋର ଏକ ତୃତୀୟାଂଶ ନୀତିକୁ ରଦ୍ଦ କରି ଜମି ହରାଇଥିବା ସମସ୍ତ ପରିବାରକୁ କମ୍ପାନୀରେ ଚାକିରୀ ଦେବା, ଆଂଶିକ ଭାବେ ଜମି ହରାଇଥିବା ପରିବାରକୁ ସ୍ଥାୟୀ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ପାଇପ କାମ ବନ୍ଦ କରିବା ଓ 235 ଏସଏପି ପରିବାରର କାଗଜପତ୍ର ଯାଞ୍ଚ ପ୍ରକ୍ରିୟାର ତ୍ବରାନ୍ବିତ କରିବା ଦାବିରେ ଏହି ଗ୍ରାମବାସୀ ଅନିର୍ଦିଷ୍ଟ କାଳ ପାଇଁ ରାସ୍ତାରୋକ ଆରମ୍ଭ କରିଛନ୍ତି ।