କୋରାପୁଟ: ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ଦ ହୋଇଛି ଉତ୍ପାଦନ । ୩ ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଟାଟା କମ୍ପାନୀ ପ୍ରକଳ୍ପର ଥିବା ଜଲାପୁଟ, ମାଛକୁଣ୍ଡ ଡି-ଡ୍ୟାମ୍ ଏବଂ ଟିପି ଡ୍ୟାମ୍ ଭଳଭଣ୍ଡାରର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ସୂଚନା ରହିଛି ।
ସୂଚନାଅନୁସାରେ, ଜଳ ବିଦ୍ୟୁତ ପ୍ରକଳ୍ପର ପୁରୁଣା ଯନ୍ତ୍ରାଂଶ ଗୁଡିକ ବଦଳାଇ ନବୀକରଣ ପାଇଁ ଅନୁଧ୍ୟାନ ଆରମ୍ଭ କରିଛି ଟାଟା କମ୍ପାନୀ ।ଗତକାଲି(ମଙ୍ଗଳବାର) ସକାଳ ୯ଟାରୁ ଜଳବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ ବନ୍ଦ୍ କରାଯାଇଛି । ୭୦ବର୍ଷ ପୁରୁଣା ପ୍ରକଳ୍ପ ହୋଇଥିବାରୁ ମରାମତି ଏବଂ ନୂତନ ନିର୍ମାଣର ଆବଶ୍ୟକତା ରହିଛି ।