ଓଡିଶା

odisha

ETV Bharat / state

କାରାଗାର ପାଲଟିଛି ହସ୍ତତନ୍ତ ବସ୍ତ୍ରର କର୍ମଶାଳା, ଜେଲ ଚାରିକାନ୍ଥରୁ ବାହାରି ସ୍ବାବଲମ୍ବୀ ଅନ୍ତେବାସୀ - କୋରାପୁଟ ମଣ୍ଡଳ କାରାଗାର ଅନ୍ତେବାସୀ

ଜେଲରେ ରହି ମଧ୍ୟ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଗଢିଛନ୍ତି ଅନ୍ତେବାସୀ । ଅରଟରେ ସୂତା କାଟି ବୁଣୁଛନ୍ତି ନାନା ପ୍ରକାରର ବସ୍ତ୍ର ।

ଜେଲରେ ରହି ମଧ୍ୟ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଗଢିଛନ୍ତି ଅନ୍ତେବାସୀ
ଜେଲରେ ରହି ମଧ୍ୟ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଗଢିଛନ୍ତି ଅନ୍ତେବାସୀ

By ETV Bharat Odisha Team

Published : Aug 26, 2023, 10:44 PM IST

Updated : Aug 27, 2023, 10:09 AM IST

ଜେଲରେ ରହି ମଧ୍ୟ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଗଢିଛନ୍ତି ଅନ୍ତେବାସୀ

କୋରାପୁଟ: ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି କଏଦୀ । ଜେଲର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ସ୍ବାବଲମ୍ବୀ ଜୀବନ ବଞ୍ଚିବା ପ୍ରୟାସ କରୁଛନ୍ତି କୋରାପୁଟ ମଣ୍ଡଳ କାରାଗାର ଅନ୍ତେବାସୀ । କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ ହସ୍ତତନ୍ତ ବସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ତିଆରି କରି ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ । ଅନ୍ତେବାସୀଙ୍କ ଦ୍ବାରା ନିର୍ମିତ ସମ୍ବଲପୁରୀ ଓ ଅନ୍ୟାନ୍ୟ ଡିଜାଇନର ଶାର୍ଟ, ରୁମାଲ, ଧୋତି, ଶାଢ଼ୀ ଓଡ଼ିଶାର ବିଭିନ୍ନ ବଜାରରେ ସୁନାମ ଅର୍ଜନ କରିଛି । କାରାଗାର ସାଜିଛି ଏକ ଉତ୍ପାଦନର କର୍ମଶାଳା ତଥା ଅନ୍ତେବାସୀଙ୍କ ପାଇଁ ଏକ ତାଲିମ କେନ୍ଦ୍ର । କାରାଗାରର ପ୍ରାୟ 30 ରୁ 35 ଜଣ ଅନ୍ତେବାସୀ ଅରଟରେ ସୂତା କାଟି ପାରମ୍ପରିକ ତନ୍ତରେ ବସ୍ତ୍ର ବୁଣୁଛନ୍ତି ।

ମଣ୍ଡଳ କାରାଗାରର ବୁଣାକାରଙ୍କ କାହାଣୀ:ସକାଳ 7ଟା ବେଳୁ ଅପରାହ୍ନ 4ଟା ବେଳ ପର୍ଯ୍ୟନ୍ତ ଏହି କାମରେ ଲାଗି କାରାଗାର ମଧ୍ୟରେ ଥାଇ ମଧ୍ୟ ଦୁଇ ପଇସା ରୋଜଗାର କରୁଥିବା ଆନ୍ତେବାସୀ ବୁଣାକାର କହିଛନ୍ତି । ସେମାନଙ୍କ ଦ୍ବାରା ନିର୍ମିତ ଶାଢୀ, ଗାମୁଛା, ସାର୍ଟ, ରୁମାଲ ଏବଂ ଦରି ବେଶ ଲୋକପ୍ରିୟତା ହାସଲ କରିଛି । ଅନ୍ଧାର କୋଠରୀରୁ ବାହାରି ଜେଲର ଅନ୍ତେବାସୀ ପାରମ୍ପରିକ ତନ୍ତରେ ବଣୁଛନ୍ତି ବସ୍ତ୍ର ।

କାରାଗାର ଅନ୍ତେବାସୀ ଗଙ୍ଗାଧର ମାଡକାମୀ କହିଛନ୍ତି,‘‘କାରଗାରରେ ରହି ମଧ୍ୟ ସ୍ବାବଲମ୍ବୀ ହୋଇ ପାରିବା ଓ ନିଜର ଏକ ପରିଚୟ ସୃଷ୍ଟି କରିପାରିବା ଆମ ପାଇଁ ବଡ କଥା । ସାର୍ଟ କନାଟିଏ ତନ୍ତରେ ବୁଣିବା ପାଇଁ ଗୋଟିଏ ଦିନ ଲାଗୁଥିବାଛି । ଏହାସହ ପ୍ରତ୍ୟେକ ଅନ୍ତେବାସୀ ବୁଣାକାର ମାସରେ ଦୁଇ ତିନୋଟି ଶାଢ଼ୀ ଓ ଗୋଟିଏ ଦରି ବୁଣିପାରନ୍ତି । କାରାଗାର ମଧ୍ୟରେ ହସ୍ତତନ୍ତ ବସ୍ତ୍ର ବୁଣିବାର ତାଲିମ ନେଇ ଆମେ ବେଶ ଦୁଇ ପଇସା ରୋଜଗାର କରିପାରୁଛୁ । ଏହା ଆମକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।‘‘

ଅଧିକ ପଢନ୍ତୁ: ଜେଲରେ ଅନ୍ତେବାସୀଙ୍କ ଭିତରେ ମୁକ୍ତିର ଭାବ ସୃଷ୍ଟି କରୁଛି ‘ରେଡିଓ ମୁକ୍ତି’, ଦେଖାଉଛି ନୂଆ ଦିଶା

ଜେଲ ସୁପରିଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି, ‘‘ଏଠାରେ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥବା ହସ୍ତତନ୍ତ ବସ୍ତ୍ର ଠାରୁ ଆରମ୍ଭ କରି ଦରିର ବେଶ ଚାହିଦା ରହିଛି । ମଣ୍ଡଳ କାରାଗାରର ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ରରେ ସ୍ଥାନୀୟ ଲୋକେ ବେଶ ଆଗ୍ରହରେ ଏହାକୁ କିଣି ନେଉଛନ୍ତି । ରାଜ୍ୟର ବିଭିନ୍ନ ଯାତ୍ରା ମହୋତ୍ସବ ସମୟରେ ଲାଗୁଥିବା ବଜାରରେ ମଧ୍ୟ ଗ୍ରାହକଙ୍କ ହୃଦୟ କିଣିଛି ଏହି ହସ୍ତତନ୍ତ ବସ୍ତ୍ର । 2022 -23 ଆର୍ଥିକ ବର୍ଷରେ ହସ୍ତତନ୍ତ ଉତ୍ପାଦ ତାଥା ଅନ୍ୟାନ୍ୟ ଜିନିଷ ବିକ୍ରିରୁ 7ଲକ୍ଷ 75 ହଜାର ଟଙ୍କା ମିଳିଛି । ଏହି କାର୍ଯ୍ୟ ଅନ୍ତେବାସୀଙ୍କ ମଧ୍ୟରେ ଉନ୍ନତ ମାନସିକ ବିକାଶରେ ସାହାୟକ ହେଉଛି ।’’

ଇଟିଭି ଭାରତ, କୋରାପୁଟ

Last Updated : Aug 27, 2023, 10:09 AM IST

ABOUT THE AUTHOR

...view details