ଓଡିଶା

odisha

ETV Bharat / state

ଦଶମ ଶ୍ରେଣୀ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ଉଲ୍ଲେଖ - କୋରାପୁଟ ନ୍ୟୁଜ୍

ଦଶମ ଶ୍ରେଣୀ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ଉଲ୍ଲେଖ । ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରେ ରହିଛି ଗୁରୁତର ତୃଟି । ଅଧିକ ପଢନ୍ତୁ

ଦଶମ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଆନ୍ଧ୍ରର ଉଲ୍ଲେଖ
ଦଶମ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଆନ୍ଧ୍ରର ଉଲ୍ଲେଖ

By

Published : Aug 26, 2022, 7:29 PM IST

କୋରାପୁଟ:ଛାତ୍ରଛାତ୍ରୀ ପଢୁଛନ୍ତି ଭୁଲ ତଥ୍ୟ । ଦଶମ ଶ୍ରେଣୀ ବହିରେ ରହିଛି ସାଂଘାତିକ ତ୍ରୁଟି ( wrong information in 10th book) । ଭୂଗୋଳ ଓ ଅର୍ଥନୀତି ବହିରେ(10th Geography Book) ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ (Machkund Hydroelectric Project) ଆନ୍ଧ୍ରରେ ଥିବା ଦର୍ଶାଯାଇଛି । ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ଚାରି ବର୍ଷ ହେଲା ପିଲାମାନେ ଏହି ଭୁଲ ତଥ୍ୟକୁ ପଢି ଆସୁଛନ୍ତି ।

ଦଶମ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଆନ୍ଧ୍ରର ଉଲ୍ଲେଖ

ଓଡିଶା ମଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଦ୍ବାରା ମୁଦ୍ରିତ ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡ ପ୍ରକଳ୍ପ ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୭୦ ବର୍ଷ ତଳେ ଅର୍ଥାତ ୧୯୫୫ ମସିହାରେ ଓଡ଼ିଶାର କୋରାପୁଟରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମିତ ହୋଇଥିଲା । ଅବଶ୍ୟ ଏହି ପ୍ରକଳ୍ପର ନିର୍ମାଣ ନିମନ୍ତେ ଉଭୟ ଆନ୍ଧ୍ର ଏବଂ ଓଡିଶା ସରକାର ମିଳିତ ଭାବେ ପୁଞ୍ଜିନିବେଶ କରିଥିଲେ । ତେବେ ଓଡ଼ିଶାର କୋରାପୁଟରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପକୁ ପଡୋଶୀ ଆନ୍ଧ୍ରର ବୋଲି ବହିରେ ଉଲ୍ଲେଖ କରାଯାଇଛି । ବହିରେ ବିଭିନ୍ନ ରାଜ୍ୟର ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ପର୍କରେ ଲେଖାଯାଇଛି । ଦଶମ ଶ୍ରେଣୀ ଭୂଗୋଳ ବହିର ୬୯ ନମ୍ୱର( 69 page in 10th geography book) ପୃଷ୍ଠାରେ ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ରର କ୍ରମିକ ସଂଖ୍ୟାର ପ୍ରଥମରେ ହିଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶରେ ରହିଛି ବୋଲି ଉଲ୍ଲେଖ ରହିଛି । ତେବେ ଓଡିଶା ମଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଏଭଳି ତୃଟି ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଓଡସରକାରଙ୍କ ଦ୍ଵାରା ଛପା ଯାଇଥିବା ପାଠ୍ୟ ପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବେଦ ସଦୃଶ ହୋଇଥିବା ଯୋଗୁଁ ବହିରେ କୌଣସି ତୃଟିପୁର୍ଣ୍ଣ ମୁଦ୍ରଣ ଗ୍ରହଣୀୟ ନୁହେଁ ଏବଂ ସରକାର ତୁରନ୍ତ ଏହାର ସଂଶୋଧନ କରିବାର ଆବଶ୍ୟକତା ରହିଥିବା ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶରତ କୁମାର ପାଲିତା କହିଛନ୍ତି ।

ତେବେ କୋରାପୁଟ ଜିଲ୍ଲାରେ ଦଶମ ଣ୍ରେଣୀର ଛାତ୍ରଛାତ୍ରୀ ମାଛକୁଣ୍ଡର ସ୍ଥିତି ସମ୍ପର୍କରେ ଅଳ୍ପବହୁତେ ଜାଣିଥିଲେ ବି ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାଛକୁଣ୍ଡର ତୃଟିପୂର୍ଣ୍ଣ ମୁଦ୍ରଣକୁ ନେଇ ବାଟବଣା ହେବାର ସମ୍ଭାବନା ଥିବା ଯୋଗୁଁ ସରକାର ଏହି ତୃଟିର ସଂଶୋଧନ କରିବା ଆବଶ୍ୟକ ବୋଲି କୋରାପୁଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ମତ ରଖିଛନ୍ତି ।

ଦଶମ ଶ୍ରେଣୀ ବହିରେ ଏଭଳି ଅକ୍ଷମଣୀୟ ମୁଦ୍ରଣ ତୃଟି ଓଡିଶା ମଧ୍ୟମିକ ଶିକ୍ଷା ପରିଷଦର ଖାମଖିଆଲି ମନୋଭାବକୁ ସୂଚିତ କରୁଛି । ଭୂଗୋଳ ବହିରେ ଏଭଳି ତୃଟିପୂର୍ଣ୍ଣ ମୁଦ୍ରଣ ଏବଂ ସୂଚନା ଦର୍ଶାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details