କୋରାପୁଟ: ଦେଢ ମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସି । ଜୟପୁରସ୍ଥିତ କେନ୍ଦ୍ରୀୟ ରୋଷେଇ ଘରୁ କୋରାପୁଟ ଜିଲ୍ଲାର ସହରାଞ୍ଚଳ ସରକାରୀ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଥାଏ । ଗତ ଦେଢ଼ ମାସ ଧରି ଅଣ୍ଡା ଦିଆଯାଉନଥିଲା କିନ୍ତୁ ଆଜି (ବୁଧବାର) ପିଲାଙ୍କୁ ପୁଣିଥରେ ଅଣ୍ଡା ଦିଆଯିବା ଯୋଗୁଁ ପିଲାଙ୍କ ମନରେ ଖୁସି ଭରିଯାଇଛି ।
ଦେଢମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସ - koraput news
ଦୀର୍ଘ ଦେଢମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରଦାନ କରାଗଲା ଛାତ୍ରଛାତ୍ରୀଙ୍କୁ । ଅଧିକ ପଢନ୍ତୁ...
![ଦେଢମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସ primary-school-student-get-egg-in-mid-day-meal-after-one-and-half-months-in-koraput](https://etvbharatimages.akamaized.net/etvbharat/prod-images/768-512-5970062-thumbnail-3x2-kpt.jpg)
ଢେଡମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସି
ଢେଡମାସ ପରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପାଇ ଛାତ୍ରଛାତ୍ରୀ ଖୁସି
ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନରେ ସପ୍ତାହର ଦୁଇଦିନ ଅଣ୍ଡା ଦିଆଯାଉଛି । ତେବେ ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରୁ କୌଣସି କାରଣରୁ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ ହୋଇଯିବା ଫଳରେ ପିଲାଙ୍କ ମନରେ ଦୁଃଖ ଭରିଯାଇଥିଲା । ପୂର୍ବ ବର୍ଷ ଗୁଡିକରେ ଅଣ୍ଡା ଦିଆନଯିବା ଦିନ ପିଲାଙ୍କୁ କଦଳୀ କିମ୍ବା ବିସ୍କୁଟ ପ୍ରଦାନ କରାଯାଉଥିଲା । କିନ୍ତୁ ଏଥର ଅଣ୍ଡା ବଦଳରେ ପିଲାଙ୍କୁ କିଛି ନମିଳିବା ଯୋଗୁଁ ଏହି ଦେଢମାସର ଅଣ୍ଡା ପଇସା କିଏ ଖାଇଗଲା ବୋଲି ପ୍ରଶ୍ନ ଉଠିଛି ।
କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ