କୋରାପୁଟ:ଚଳିତ ଥର ଶହୀଦ ଲକ୍ଷ୍ମଣ ନାୟକଙ୍କ ପୀଠରେ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଉଦଘାଟନ ହେବ । ଆସନ୍ତା 17 ତାରିଖରେ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ 25ତମ ପରବ ଉତ୍ସବର ଶୁଭାରମ୍ଭ ହେବ । ଏନେଇ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ଡିସେମ୍ବର 17ରୁ 21 ତାରିଖ ଯାଏ କୋରାପୁଟରେ 25ତମ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ଅନୁଷ୍ଠିତ ହେବ । ଅନୁଷ୍ଠିତ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।
ନଭେମ୍ବର 17ରେ ତେନ୍ତୁଳିଗୁମ୍ମାରେ ପରବ ଉତ୍ସବର ଶୁଭାରମ୍ଭ ହେବ । ପ୍ରାରମ୍ଭିକ ଉତ୍ସବ ଆୟୋଜନ ନେଇ ସବକମିଟି ଆବାହକ ଓ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ପରବ ଉତ୍ସବରେ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତିର ପ୍ରଦର୍ଶନ କରାଯିବ । ଦେଶର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି, "ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ଦେଶର ବିଶିଷ୍ଟ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ । ପାରମ୍ପରିକ ଲୋକନୃତ୍ୟକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯିବ । କୋରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପଲ୍ଲିଶ୍ରୀ ମେଳାର ଆୟୋଜନ ହୋଇପାରୁନଥିଲା । ତେଣୁ ଚଳିତ ଥର ମେଳାର ହେବାର କାର୍ଯ୍ୟକ୍ରମ ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ:କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ