କୋରାପୁଟ:ଜିଲ୍ଲାରେ 25 ତମ ରାଜ୍ୟସ୍ତରୀୟ ପରବ ଉତ୍ସବ ନେଇ ପ୍ରସ୍ତୁତି ବୈଠକ ବସିଛି । ଆଦିବାସୀ ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ଅଧକ୍ଷତାରେ ସଦଭାବନା ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ବସିଛି । ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଡିସେମ୍ବର 17 ରୁ 21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ଉତ୍ସବ ।
ପ୍ରସ୍ତୁତି ବୈଠକରେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଛି । ଚଳିତ ବର୍ଷ ପରବର 25 ତମ ଉତ୍ସବ ପାଳିତ ହେଉଥିବା ଯୋଗୁଁ ଏହାକୁ ସ୍ବତନ୍ତ୍ର ଭାବରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନେକ ବର୍ଷ ଧରି ହୋଇନଥିବା ପଞ୍ଚାୟତ ସ୍ତରୀୟ ଉତ୍ସବ ଚଳିତ ବର୍ଷ ଆୟୋଜିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଏହି ମହୋତ୍ସବରେ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ଦେଶର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । କୋରୋନା ପାଇଁ ଗତ 2 ବର୍ଷ ହେବା ଏହା ହୋଇପାରି ନଥିଲା ।