କୋରାପୁଟ:ଦୂର ହେବ ଆଳୁ ଚାଷ ସମସ୍ୟା । ଜିଲ୍ଲାରେ ପ୍ରସ୍ତୁତ ହେଉଛି ଆଳୁ ବିହନ । ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇବ କୋରାପୁଟର ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ଏହା ଦ୍ୱାରା ଚାଷୀଙ୍କ ଖର୍ଚ୍ଚ କମିବା ସହ ଉନ୍ନତମାନର ବିହନ ପାଇପାରିବେ । ଆଉ କିଛିଦିନ ଗଲେ କୋରାପୁଟ ଜିଲ୍ଲାରେ ଚାଷୀ ପାଇଁ ଆଳୁ ବିହନ ବାବଦରେ ହେଉଥିବା ଖର୍ଚ୍ଚର ପରିମାଣ ଅଧା ହୋଇଯିବ ବୋଲି ଭୁବନେଶ୍ବର ସ୍ଥିତ ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ରର କର୍ମକର୍ତ୍ତା ରଞ୍ଜନ କୁମାର ସାହୁ କହିଛନ୍ତି ।
ତେବେ ବର୍ତ୍ତମାନ ଚାଷୀ ଏକର ପିଛା ବିହନ ବାବଦରେ ପ୍ରାୟ 50 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରାଯାଉଥିବା ଆଳୁ ଚାରା ବ୍ୟବହାର କରି ପ୍ରାୟ 25 ହଜାର ଟଙ୍କାରେ ହୋଇପାରିବ । ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ ସେମିଳିଗୁଡା ଓ ପଟ୍ଟାଙ୍ଗି ସ୍ଥିତ କୃଷି ଗବେଷଣା କେନ୍ଦ୍ରଠାରେ ଥିବା ପଲି ହାଉସରେ ସ୍ୱତନ୍ତ୍ର ଲାବ୍ରୋଟୋରିରୁ ଅଣାଯାଇଥିବା ଟିସୁ କଲଚରକୁ ଏଆରସି ଟେକ୍ନୋଲୋଜି ବ୍ୟବହାର କରି ଚାରା ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ଏହି ଦୁଇଟି କେନ୍ଦ୍ରରେ ଚାରା ଉତ୍ପାଦନ କରି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିକ୍ରି କରିବାର କାର୍ଯ୍ୟ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ .....ପୋକ କରୁଥିଲେ ସବୁ ସର୍ବନାଶ, ମଶାରୀ ଭିତରେ ହେଉଛି ଚାଷ