ଓଡିଶା

odisha

ETV Bharat / state

ପୋଷ୍ଟ ଅଫିସକୁ ନୂଆ ରୂପ ଦେଲେ ପୋଷ୍ଟମାଷ୍ଟର - ପୋଷ୍ଟ ଅଫିସ

ଦୀର୍ଘ ୪୨ ବର୍ଷ ହେବ ଦୟନୀୟ ହୋଇ ଅବହେଳା ଅବସ୍ଥାରେ ପଡିରହିଥିବା ପୋଷ୍ଟ ଅଫିସକୁ ନିଜ ଅର୍ଜିତ ଟଙ୍କା ଲଗାଇ ଏବେ ନୂଆ ରୂପ ଦେଇଛନ୍ତି ପୋଷ୍ଟ ମାଷ୍ଟର ପିକେ ସାହୁ । ଅଧିକ ପଢନ୍ତୁ...

ପୋଷ୍ଟ ଅଫିସକୁ ନୂଆ ରୂପ ଦେଲେ ପୋଷ୍ଟମାଷ୍ଟର
ପୋଷ୍ଟ ଅଫିସକୁ ନୂଆ ରୂପ ଦେଲେ ପୋଷ୍ଟମାଷ୍ଟର

By

Published : Aug 5, 2021, 1:31 PM IST

କୋରାପୁଟ: ପୋଷ୍ଟ ଅଫିସକୁ ନୂଆରୁପ ଦେଲେ ପୋଷ୍ଟ ମାଷ୍ଟର । କୋରାପୁଟ ଜିଲ୍ଲାର କୋଲାବ ନଗର ଠାରେ ଥିବା ପୋଷ୍ଟ ଅଫିସ କେନ୍ଦ୍ରର ଏବେ ନବକଳେବର ହୋଇଛି । ଦୀର୍ଘ ୪୨ ବର୍ଷ ହେବ ଦୟନୀୟ ହୋଇ ଅବହେଳା ଅବସ୍ଥାରେ ପଡିରହିଥିବା ପୋଷ୍ଟ ଅଫିସକୁ ନିଜ ଅର୍ଜିତ ଟଙ୍କା ଲଗାଇ ଏବେ ନୂଆ ରୂପ ଦେଇଛନ୍ତି ପୋଷ୍ଟ ମାଷ୍ଟର ପିକେ ସାହୁ । ନିଜର କର୍ମ ସ୍ଥଳକୁ ଜରାଜୀର୍ଣ୍ଣ ଅବସ୍ଥାରେ ଦେଖି ନିଜ ହାତରେ ଆଉ ଥରେ ମରାମତି କରିଛନ୍ତି ଏହି ପୋଷ୍ଟ ଅଫିସଟିକୁ ।

ପୋଷ୍ଟ ଅଫିସକୁ ନୂଆ ରୂପ ଦେଲେ ପୋଷ୍ଟମାଷ୍ଟର

କୋଲାବ ବହୁମୂଖୀ ପ୍ରକଳ୍ପ ଦ୍ଵାରା ୧୯୭୯ ରେ ସ୍ଥାପିତ ଏହି ପୋଷ୍ଟ ଅଫିସ କାଳକ୍ରମେ ଅବହେଳାର ଶିକାର ହୋଇ ଏକ ପରିତ୍ୟକ୍ତ ଘରଟିଏ ହୋଇ ରହିଯାଇଥିବା ବେଳେ ଗତ ଛଅ ମାସ ପୂର୍ବେ ପୋଷ୍ଟମାଷ୍ଟର ଭାବେ ଯୋଗ ଦେଇଥିବା ପିକେସାହୁ ଅଫିସଟି ଏପରି ଦୟନୀୟ ଅବସ୍ଥାରେ ପଡିଥିବା ଦେଖି ପୋଷ୍ଟ ଅଫିସର ଛାତର ମରାମତି କରିବା ଠାରୁ ଆରମ୍ଭ କରି କାନ୍ଥବାଡର ପୁନରୁଦ୍ଧାର କରି ସମଗ୍ର କାର୍ଯ୍ୟାଳୟକୁ ଏକ ନୂତନ ରୂପ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ।

ନବକଳେବର ପାଇଥିବା ଏହି ପୋଷ୍ଟ ଅଫିସ ଅଧିକ ଜନସେବାରେ ନିଜକୁ ନିୟୋଜିତ କରିପାରିବ ବୋଲି ଏହି ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details