ଓଡିଶା

odisha

ETV Bharat / state

ମାଲକାନଗିରି ପୋଷ୍ଟାଲ ଦୁର୍ନୀତି, ପ୍ରେସମିଟ ଜରିଆରେ ସ୍ପଷ୍ଟୀକରଣ ଦେଲେ ପୋଷ୍ଟାଲ ଡିଜି - ପୋଷ୍ଟାଲ ଡିଜି

ମାଲକାନଗିରି ପୋଷ୍ଟାଲ ଦୁର୍ନୀତି ମାମଲାରେ ପୋଷ୍ଟାଲ ଡିଜିଙ୍କ ପ୍ରେସମିଟ୍ । ମାମଲାର ସିବିଆଇ ତଦନ୍ତ ଆଇନ ଅନୁସାରେ ଚାଲିଥିବା ଦେଲେ ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ...

ମାଲକାନଗିରି ପୋଷ୍ଟାଲ ଦୁର୍ନୀତି, ପ୍ରେସମିଟ୍ ଜରିଆରେ ସ୍ପଷ୍ଟୀକରଣ ଦେଲେ ପୋଷ୍ଟାଲ ଡିଜି
ମାଲକାନଗିରି ପୋଷ୍ଟାଲ ଦୁର୍ନୀତି, ପ୍ରେସମିଟ୍ ଜରିଆରେ ସ୍ପଷ୍ଟୀକରଣ ଦେଲେ ପୋଷ୍ଟାଲ ଡିଜି

By

Published : Aug 27, 2021, 8:32 PM IST

କୋରାପୁଟ: ମାଲକାନଗିରି ପୋଷ୍ଟାଲ ଦୁର୍ନୀତି ପ୍ରସଙ୍ଗ । କିଛି ଦିନ ପୂର୍ବେ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଏହି ଦୁର୍ନୀତି ସମ୍ବନ୍ଧୀୟ ତଦନ୍ତ ପ୍ରକ୍ରିୟା କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଶୁକ୍ରବାର ଏହି ପ୍ରସଙ୍ଗରେ ଭର୍ଚୁଆଲ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ପୋଷ୍ଟାଲ ଡିଜି ।

ମାଲକାନଗିରି ପୋଷ୍ଟାଲ ଦୁର୍ନୀତି, ପ୍ରେସମିଟ୍ ଜରିଆରେ ସ୍ପଷ୍ଟୀକରଣ ଦେଲେ ପୋଷ୍ଟାଲ ଡିଜି

ମାଲକାନଗିରି ଜିଲ୍ଲାରେ ହୋଇଥିବା ପୋଷ୍ଟଲ ଦୁର୍ନୀତି ମାମଲାରେ ପ୍ରେସମିଟ୍ କରିଥିଲେ ଡିଜି । ମାଲକାନଗିରି ଜିଲ୍ଲାସ୍ଥିତ ଲଛିପେଟା ପୋଷ୍ଟ ଅଫିସରେ 93.5 ଲକ୍ଷ ଟଙ୍କା, ଭେଜଙ୍ଗିବାଡ଼ରେ 35 ଲକ୍ଷ ଓ ମାଲକାନଗିରି କଲୋନୀରେ 1.16 କୋଟିର ଦୁର୍ନୀତି ହୋଇଛି । କିନ୍ତୁ ଲାଛିପେଟା ଦୁର୍ନୀତିରେ କୋଣସି ଜମାକାରୀଙ୍କ ଟଙ୍କା ଫସି ନାହିଁ । ଘଟଣାର ସିବିଆଇ ତଦନ୍ତ ଆଇନ ଅନୁସାରେ ଚାଲିଛି ଏବଂ ଏଥିରେ ସମସ୍ତ ପ୍ରକ୍ରିୟାର ପାଳନ ହେତୁ ତଦନ୍ତ ବିଳମ୍ବ ହେଉଛି ବୋଲି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ଡିଜି । ତେବେ ଏଥିରେ କୌଣସି ଜମାକାରୀଙ୍କ ଟଙ୍କା ନଷ୍ଟ ହେବନି ବୋଲି କହିଛନ୍ତି କୋରାପୁଟ ମଣ୍ଡଳ ଡାକ ଅଧିକ୍ଷକ ମନୋଜ ପ୍ରଗଡ଼ା ।

କୋରାପୁଟରୁ ସିଏଚ ଶାନ୍ତାକର, ଇଟିଭି ଭାରତ

ABOUT THE AUTHOR

...view details