ଓଡିଶା

odisha

ETV Bharat / state

ପ୍ରଦୂଷଣ ରୋକିବାରେ ଫେଲ ପ୍ରଶାସନ, ଭସାଣୀ ପରେ ଦୂଷିତ ହେଲା ଚମ୍ପାଗୁଡା ଘାଟ - koraput news

ଚମ୍ପାଗୁଡା ଘାଟରେ ଗଣେଶ ମୂର୍ତ୍ତି ବିସର୍ଜନ ପରେ ସେଠାରେ ଆବର୍ଜନା ସୃଷ୍ଟି ହୋଇଛି । ଏପରିକି ଆବର୍ଜନା ଗୁଡିକୁ ସଫାକରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 9, 2019, 7:01 PM IST

କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ମୂର୍ତ୍ତି ବିସର୍ଜନ ଜନିତ ପ୍ରଦୂଷଣ ରୋକିବାକୁ କରିଥିବା ପ୍ରୟାସ ନିଷ୍ଫଳ ହୋଇଛି। ଅନେକ ସ୍ଥାନରେ ବିସର୍ଜନ ନ କରି କେବଳ ଚମ୍ପାଗୁଡା ଘାଟରେ ବିସର୍ଜନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗଣେଶ ମୂର୍ତ୍ତି ବିସର୍ଜନ ପରେ ସେଠାରେ ଆବର୍ଜନା ସୃଷ୍ଟି ହୋଇଛି । ଏପରିକି ଆବର୍ଜନା ଗୁଡିକୁ ସଫାକରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚମ୍ପାଗୁଡା ଘାଟର ବିଭିନ୍ନ ସ୍ଥାନରେ ମୂର୍ତ୍ତିରେ ବ୍ୟବହୃତ ମାଟି, ପାଳ, ରଙ୍ଗ, ପାଣିକୁ ଦୂଷିତ କରୁଥିବା ଦେଖିବାକୁ ମିଳିଛି । ସେହିପରି ପୂଜାମଣ୍ଡପ ସଜାଇବା ପାଇଁ ବ୍ୟବହୃତ ହୋଇଥିବା ସୋଲ ଓ କଣ୍ଟା ଘାଟ ସାରା ପଡିଥିବା ଦେଖାଯାଇଛି। ଏହି ଘାଟ ଦେଇ ଜଳଭଣ୍ଡାର ଆରପଟରେ ଥିବା ସେମେଳା, ସିର୍ସି ଓ ପଣସପୁଟକୁ ଲୋକେ ଡ଼ଙ୍ଗାରେ ଯିବା ଆସିବା କରିଥାନ୍ତି । ହେଲେ ଆବର୍ଜନା ଜମିଥିବାରୁ ଡଙ୍ଗା ଚଳପ୍ରଚଳରେ ବାଧା ଉପୁଜିଛି । ଏହା ସହ ଦୂଷିତପାଣି ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ପ୍ରଶାସନ ଏହି ଦିଗରେ ଉଚିତ ପଦକ୍ଷେପ ନ ନେଲେ ଘାଟଟି ଅଧିକ ଅସୁରକ୍ଷିତ ହୋଇପଡିବ ସେଥିରେ ସନ୍ଦେହ ନାହିଁ ।

ପୂର୍ବରୁ କୋଲାବ ଜଳଭଣ୍ଡାରର ବିଭିନ୍ନ ଘାଟରେ ମୂର୍ତ୍ତି ବିସର୍ଜନ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ କୋରାପୁଟ ଜିଲ୍ଲା ପ୍ରଶାସନ ସହର ନିକଟସ୍ଥ ଚମ୍ପାଗୁଡା ଘାଟର ସ୍ବତନ୍ତ୍ର ସ୍ଥାନରେ ମୂର୍ତ୍ତି ବିସର୍ଜନ କରିବାକୁ ପୂଜା ମଣ୍ଡପ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ଏବେ ପ୍ରଦୂଷଣ ବୃଦ୍ଧି କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details