ଓଡିଶା

odisha

ETV Bharat / state

କୋରାପୁଟ ପୋଲିସ ପକ୍ଷରୁ 63ତମ ପୋଲିସ ଶହୀଦ ଦିବସ ପାଳିତ ପାଳିତ - କୋରାପୁଟରେ ପୋଲିସ ଶହୀଦ ଦିବସ ପାଳିତ

କୋରାପୁଟ ପୋଲିସ ପକ୍ଷରୁ ଶହୀଦ ଦିବସ ପାଳିତ । ଏହା ସହ କୋରାପୁଟର ପୋଲିସ ପରେଡ ପଡିଆ ଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢନ୍ତୁ

କୋରାପୁଟ ପୋଲିସ ପକ୍ଷରୁ 63ତମ ପୋଲିସ ଶହୀଦ ଦିବସ ପାଳିତ ପାଳିତ
କୋରାପୁଟ ପୋଲିସ ପକ୍ଷରୁ 63ତମ ପୋଲିସ ଶହୀଦ ଦିବସ ପାଳିତ ପାଳିତ

By

Published : Oct 21, 2022, 10:04 PM IST

କୋରାପୁଟ: ଆଜି ୬୩ତମ ପୋଲିସ ଶହୀଦ ଦିବସ । କୋରାପୁଟ ପୋଲିସ ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହା ସହ କୋରାପୁଟର ପୋଲିସ ପରେଡ ପଡିଆଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।କୋରାପୁଟ ସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ ।

କୋରାପୁଟ ପୋଲିସ ପକ୍ଷରୁ 63ତମ ପୋଲିସ ଶହୀଦ ଦିବସ ପାଳିତ ପାଳିତ

ଏହା ମଧ୍ୟ ପଢନ୍ତୁ: ଶୁକ୍ରବାର ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

କୋରାପୁଟ ପୋଲିସ ପକ୍ଷରୁ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି । କର୍ତ୍ତବ୍ଯରତ ପୋଲିସ ଅଧିକାରୀ ଓ ଯବାନମାନେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ସମୟରେ ଶତୃ ପକ୍ଷର ଆକ୍ରମଣରେ ଦେଶପାଇଁ ଜୀବନକୁ ବଳିଦାନ ଦେଇଛନ୍ତି । ଏହି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ନିରବ ପ୍ରାର୍ଥନା କରି ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି । କୋରାପୁଟ ସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ । ଶହୀଦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ସହାୟତା ପ୍ୟାକେଜ ଅନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି । ଏଥି ସହିତ କୋରାପୁଟ ଅଞ୍ଚଳରେ ମାଓବାଦୀଙ୍କ ସହ ସଂଘର୍ଷ କରି ଶହୀଦ ହୋଇଥିବା ପୋଲିସଙ୍କ ସ୍ମୃତିରେ ସ୍ଥାପିତ ସ୍ମୃତିସ୍ଥଳ ଠାରେ ପୁଷ୍ପଗୁଚ୍ଛ ଅର୍ପଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଶହୀଦଙ୍କ ପରିବାର ବର୍ଗଙ୍କ ସହ ଡ଼ିଆଇଜି ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲ୍ଲୀ ଅଧିକ ଆଲୋଚନା କରିଥିଲେ ।

ଏନେଇ କୋରାପୁଟ ଡିଆଇଜି ରାଜେଶ କୁମାର ପଣ୍ଡିତ କହିଛନ୍ତି ଯେ, "ଆଜି ସମଗ୍ର ଦେଶରେ ପୋଲିସ ଶହୀଦ ଦିବସ ପାଳନ କରାଯାଉଛି । ଯେଉଁମାନେ କାର୍ଯ୍ୟରତ ସମୟରେ ଶହୀଦ ହୋଇଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସମ୍ବେଦନା ଜଣାଉଛୁ । ମୁଁ ଶହୀଦଙ୍କ ପରିବାର ସହ ଆଲୋଚନା କରିଛି । ସମସ୍ତ ସମସ୍ୟାର ସମାଧାନ କରାଯାଇଛି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details