କୋରାପୁଟ: ଓଡିଶାରେ ଚାଲିଛି ଦଲାଲ ଦମନ ଅଭିଯାନ । ଏନେଇ ରାଜ୍ୟର ପ୍ରାୟ ସମସ୍ତ ମେଡିକାଲ ଓ ଆରଟିଓ ଅଫିସରେ ପୋଲିସ ପକ୍ଷରୁ ଚଡାଉ କରାଯାଉଛି । ଏହି କ୍ରମରେ ଗୁରୁବାର କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଟାଉନ ଥାନାର ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଚଢ଼ାଉ କରିଥିଲା ।
ତେବେ ଏହି ଚଢାଉ କୋରାପୁଟ ଟାଉନ ଥାନା ଏସଡିପିଓ ବଳଭଦ୍ର ଦୀପଙ୍କ ନେତୃତ୍ବରେ କରାଯାଇଥିଲା । ଦଲାଲ ସନ୍ଦେହରେ 2 ଜଣଙ୍କୁ ଏବଂ 3 ଜଣ ଠିକା କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏଥିସହିତ ପରିବହନ କାର୍ଯ୍ୟାଳୟ ଭିତରେ ଥିବା ସ୍ମାର୍ଟଚିପ୍ର ସମସ୍ତ କାଗଜପତ୍ର ଓ କମ୍ପ୍ୟୁଟରକୁ ମଧ୍ୟ ଜବତ କରାଯାଇଛି ।