ଓଡିଶା

odisha

ETV Bharat / state

ପୋଲିସ ଡ଼ିଜିଙ୍କ କୋରାପୁଟ ଗସ୍ତ, ସଶସ୍ତ୍ର RI କାର୍ଯ୍ୟାଳୟର କଲେ ଉଦଘାଟନ - ପୋଲିସ ଡ଼ିଜି ଅଭୟ

ପୋଲିସ ଡି଼ଜି ଅଭୟ କୋରାପୁଟକୁ ଗସ୍ତ କରି ସଶସ୍ତ୍ର RI କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

Police DG Abhay inagurated Armed police reserve in Koraput
ପୋଲିସ ଡ଼ିଜିଙ୍କ କୋରାପୁଟ ଗସ୍ତ, ସଶସ୍ତ୍ର RI କାର୍ଯ୍ୟାଳୟର କଲେ ଉଦଘାଟନ

By

Published : Feb 7, 2021, 3:46 PM IST

କୋରାପୁଟ: ରବିବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କୋରାପୁଟ ଗସ୍ତରେ ଆସି ସଶସ୍ତ୍ର ଆରଆଇ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି । ଏହାସହିତ ଏହି ଅଞ୍ଚଳ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସଫଳତା ହାସଲ କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

ପୋଲିସ ଡ଼ିଜିଙ୍କ କୋରାପୁଟ ଗସ୍ତ, ସଶସ୍ତ୍ର RI କାର୍ଯ୍ୟାଳୟର କଲେ ଉଦଘାଟନ

ଅଭୟ ଆରକ୍ଷୀ ଅଧିକ୍ଷକ, ବିଏସଏଫ ଓ ସିଆରପିଏଫର କମାଣ୍ଡରଙ୍କ ଉପସ୍ଥିତିରେ ଜିଲ୍ଲାର ସୁରକ୍ଷାର ସ୍ଥିତି ସମୀକ୍ଷା କରିଛନ୍ତି । ଗତ ଦିନ ଗୁଡିକରେ ଏହି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଆଣିବା ସହ ଗଞ୍ଜେଇ ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ଏଥିସହିତ ଏହି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥିବାରୁ ସେ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।

ତେବେ ଆଗକୁ ମଧ୍ୟ ସମସ୍ତଙ୍କ ସମନ୍ବିତ ପ୍ରୟାସ ଫଳରେ ଉନ୍ନତମାନର ସ୍ଥିତି ଆଣିବାରେ ପୋଲିସ ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ପୋଲିସ ଡ଼ିଜିଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ.ଶର୍ମା ଓ ଆଇନ ଶୃଙ୍ଖଳା ଆଇଜି ୟସ୍ୱନ୍ତ ଜେଠୱା ମଧ୍ୟ ଉପସ୍ଥିତ ଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details