କୋରାପୁଟ:5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶନିବାର କୋରାପୁଟ ଗସ୍ତ କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବା ଲାଗି ଏକତ୍ରିତ ହୋଇଥିବା କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ବାଟ ମଙ୍ଗଳା ଛକରେ ପାଣ୍ଡିଆନଙ୍କୁ ବିରୋଧ କରାଯିବାକୁ ଯୋଜନା କରାଯାଉଥିବା ଖବର ପାଇବା ପରେ କୋରାପୁଟ ପୋଲିସ କଂଗ୍ରେସ କର୍ମୀଙ୍କୁ ଡୁମୁରିପୁଟଠାରେ ଅଟକ ରଖିଥିବା ସୂଚନା ମିଳିଛି । ପାଣ୍ଡିଆନଙ୍କ ଗସ୍ତକୁ ନେଇ ହଜାର ହଜାର ଛାତ୍ରୀଙ୍କୁ ବସରେ ବୁହାଇ ଆଣିବା ଓ ବ୍ୟୟବହୁଳ ସଭାସ୍ଥଳୀ ଆୟୋଜନକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା କହିଛନ୍ତି ।
ଏହା ବି ପଢନ୍ତୁ- ବାରିପଦାରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ଦେଲେ ଗୁରୁମନ୍ତ୍ର
କଂଗ୍ରେସର ଅଭିଯୋଗ ଅନୁସାରେ, କେବଳ ପାଣ୍ଡିଆନଙ୍କୁ ଶୁଣିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସରକାରଙ୍କ ଦ୍ବାରା ଶତାଧିକ ବସ ବ୍ୟବହାର କରାଯାଇଛି । ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କ ସୁରକ୍ଷା ଲାଗି ୬ କିମି ଦୂରରେ ଥିବା ଲାଣ୍ଡିଗୁଡାରେ ସରକାରୀ କଲେଜ ପଡିଆ ପର୍ଯ୍ୟନ୍ତ ପୋଲିସ ବନ୍ଦୋବସ୍ତ ହେବା ଓ ଅତି ବ୍ୟୟବହୁଳ ସଭାସ୍ଥଳୀ ଆୟୋଜିତ ହେବାକୁ ଯୁବ କଂଗ୍ରେସର ବରିଷ୍ଠ ସଦସ୍ୟ ରୂପକ ତୁରୁକ ନାପସନ୍ଦ କରିଛନ୍ତି । ଏଥିଲାଗି କଂଗ୍ରେସ ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା ବୋଲି ଯୁବ କଂଗ୍ରେସର କର୍ମୀମାନେ କହିଛନ୍ତି ।
ଏହା ବି ପଢନ୍ତୁ- କନ୍ଧମାଳରେ 'ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଯୁବ ଓଡ଼ିଶା' କାର୍ଯ୍ୟକ୍ରମ