ଓଡିଶା

odisha

ETV Bharat / state

5 କୋଟିର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ - କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ

କୋରାପୁଟ ଲମତାପୁଟ ବ୍ଲକ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । 40 ଏକର ଜମିରେ 48 ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଗଞ୍ଜେଇର ଆନୂମାନିକ ମୂଲ୍ୟ 5 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଧିକ ପଢନ୍ତୁ...

Police destroyed cannabis worth Rs 5 crore
5 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

By

Published : Nov 22, 2020, 12:31 PM IST

କୋରାପୁଟ: ପ୍ରାୟ 5 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ । 40 ଏକର ଜମିରେ 48 ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ତେବେ ରାଜ୍ୟରେ ଏବେ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଉଥୁବା ବେଳେ ଏହାକୁ ଧ୍ବଂସ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି l ଏପଟେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ସଗର ଛକ ନିକଟବର୍ତ୍ତୀ ତପକଣ୍ଡା ଓ ଗୋଡିପୁଟ ଗ୍ରାମ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।

5 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ନନ୍ଦପୁର , ମାଛକୁଣ୍ଡ ,ଲମତାପୁଟ ,ଜଲାପୁଟ ,କୋରାପୁଟ ପୋଲିସ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଚଳିତ ବର୍ଷ ଅପରେସନ ଗ୍ରୀନ କ୍ଳିନ ପାଇଁ ଏକ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ ।

ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବା ଯୋଗୁଁ ଡ଼ିଏସପି ବି.କେ.ବ୍ରହ୍ମା ଙ୍କ ଉପସ୍ଥିତିରେ ବୋମା ନିସ୍କ୍ରିୟାକାରୀ ସ୍କାର୍ଡ ଏବଂ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରି ଏହି କାର୍ଯ୍ୟ ସମ୍ପାଦିତ ହୋଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 5 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details