ଓଡିଶା

odisha

ETV Bharat / state

ସର୍ବଭାରତୀୟ ପୋଲିସ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ପଦକ ଜିତିଲେ କୋରାପୁଟର ଶୁଭସ୍ମିତା

ପୁନେରେ ଅନୁଷ୍ଠିତ ୭୧ତମ ପୋଲିସ କ୍ରୀଡା ଉତ୍ସବରେ ୮୭ କେଜି ଭାରୋତ୍ତଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି କୋରାପୁଟ ପୋଲିସରେ ସିପାହୀ ଭାବେ କାର୍ଯ୍ୟରତ ଶୁଭସ୍ମିତା ମହାନ୍ତି । କୋରାପୁଟରେ ପହଞ୍ଚିବା ପରେ କୋରାପୁଟ ପୋଲିସ ବିଭାଗ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢ଼ନ୍ତୁ

By

Published : Nov 29, 2022, 8:45 AM IST

ସର୍ବଭାରତୀୟ ପୋଲିସ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ପଦକ ଜିତିଲେ କୋରାପୁଟର ଶୁଭସ୍ମିତା
ସର୍ବଭାରତୀୟ ପୋଲିସ ଭାରୋତ୍ତଳନ ପ୍ରତିଯୋଗିତା: ରୌପ୍ୟ ପଦକ ଜିତିଲେ କୋରାପୁଟର ଶୁଭସ୍ମିତା

କୋରାପୁଟ: ପୁନେରେ ଅନୁଷ୍ଠିତ ୭୧ତମ ପୋଲିସ କ୍ରୀଡା ଉତ୍ସବରେ ରୌପ୍ୟ ପଦକ ହାସଲ କରିଛନ୍ତି କୋରାପୁଟ ପୋଲିସରେ ସିପାହୀ ଭାବେ କାର୍ଯ୍ୟରତ ଶୁଭସ୍ମିତା ମହାନ୍ତି । ୮୭ କେଜି ଭାରୋତ୍ତଳନ ପ୍ରତିଯୋଗିତାରେ ସେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି । କୋରାପୁଟ ପହଞ୍ଚିବା ପରେ ରେଳ ଷ୍ଟେସନରେ କୋରାପୁଟ ପୋଲିସ ବିଭାଗ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ବୈପାରିଗୁଡାରେ ଜନ୍ମ ହୋଇ କ୍ରୀଡା କ୍ଷେତ୍ରରେ ନିଜ ସାଧନା ବଳରେ ଅନେକ ପୁରସ୍କାର ପାଇଛନ୍ତି ଶୁଭସ୍ମିତା ମହାନ୍ତି । ପରେ ଓଡ଼ିଶା ପୋଲିସରେ କ୍ରୀଡା କୋଟାରେ ଏକ ସିପାହୀ ଭାବେ ନିଯୁକ୍ତି ପାଇଥିଲେ । ତେବେ ପୋଲିସ ସିପାହୀର ଦାୟିତ୍ଵକୁ ସମ୍ପାଦନ କରିବା ସହ ଭାରୋତ୍ତଲନର ଅଭ୍ୟାସ ଜାରି ରଖିଥିଲେ । ଜାତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ କୋରାପୁଟରେ ୫ ମାସ ଓ ଭୁବନେଶ୍ବରରେ ୧ ମାସର ଅଭ୍ୟାସ କରିଥିଲେ ବୋଲି ଶୁଭସ୍ମିତା ଜଣାଇଛନ୍ତି ।

ତେବେ କମ ସମୟ ଓ ଅପେକ୍ଷାକୃତ କମ ସାଧନର ପରିଧିରେ ରହି ସେ ରୌପ୍ୟ ପଦକ ହାସଲ କରିପାରିଥିବା ଯୋଗୁଁ ଅଧିକ ସମୟ ଓ ଉତ୍କୃଷ୍ଟ ମାନର ଯନ୍ତ୍ରପାତି ମିଳିଲେ ସ୍ଵର୍ଣ୍ଣ ପଦକ ପାଇବାରେ ସମର୍ଥ ହେବେ ବୋଲି ଆଶା ରଖିଛନ୍ତି । ସର୍ବ ଭାରତୀୟ ପୋଲିସ ଭାରୋତ୍ତଳନ ପ୍ରତିଯୋଗିତାରେ କୋରାପୁଟର ଶୁଭସ୍ମିତା ରୌପ୍ୟ ପଦକ ହାସଲ କରିବା କୋରାପୁଟ ପୋଲିସ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details