ଓଡିଶା

odisha

ETV Bharat / state

ବାହାରେ ବୁଲିଲେ, ଫାଇନ ଗଣିଲେ - ଲକଡାଉନ କୋରାପୁଟ

ଲକଡାଉନ ସମୟରେ ବାହାରେ ବୁଲୁଥିବା ଅମାନିଆଙ୍କଠୁ ଫାଇନ ଆଦାୟ କଲା ପୋଲିସ । ଅଧିକ ପଢନ୍ତୁ...

ବାହାରେ ବୁଲିଲେ, ଫାଇନ ଗଣିଲେ
ବାହାରେ ବୁଲିଲେ, ଫାଇନ ଗଣିଲେ

By

Published : Jun 3, 2021, 11:38 AM IST

କୋରାପୁଟ: ରାଜ୍ୟରେ ଜୁନ୍ 17 ପର୍ଯ୍ୟନ୍ତ ଲକଡାଉନ ଲାଗୁ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ବୁଧବାର ସକାଳୁ ନିୟନ୍ତ୍ରିତ ଅବସ୍ଥାରେ ଜରୁରୀ ସାମଗ୍ରୀ ଦୋକାନ ଖୋଲାଯିବା ସହ ରେଷ୍ଟୁରାଣ୍ଟ ମଧ୍ୟ କୋଲାଯାଇଥିଲା । ଲୋକଙ୍କୁ ନିଜ ଘରଠାରୁ 500 ମିଟର ପରିଧି ମଧ୍ୟରେ ଚାଲିଚାଲି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଅନୁମତି ଦିଆଯାଇଥିଲା ।

ବାହାରେ ବୁଲିଲେ, ଫାଇନ ଗଣିଲେ

ତେବେ ଅନେକ ବ୍ୟକ୍ତି ଗାଡି ଧରି ବିନା କାରଣରେ ଜାତୀୟ ରାଜପଥରେ ମଟର ସାଇକେଲ ଧରି ବୁଲୁଥିବାରୁ ସେମାନଙ୍କଠାରୁ ଫାଇନ ଆଦାୟ କରାଯାଇଛି । ଏଥି ସହ ଅମାନିଆ ହେଉଥିବା ଲୋକଙ୍କୁ ଓ ଦୋକାନିଙ୍କୁ ମଧ୍ୟ ତାଗିଦ କରି ଜରିମାନା ଆଦାୟ ହୋଇଥିବା କହିଛନ୍ତି ଥାନା ଅଧିକାରୀ । ଦିନ 11 ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରିଦିଆଯାଇଥିଲେ ହେଁ ଲୋକେ ଡାକ୍ତରଖାନାକୁ ଯାଉଥିବା କହି ଖସିଯିବାକୁ ଚେଷ୍ଟା କରିଥିଲେ ।

ଅନେକାଂଶରେ ଗାଡିମଟର ଚାଲୁଥିବା ଯୋଗୁଁ ପୋଲିସ ଚେକିଂ କୁ ଜୋରଦାର କରିଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ସହରରେ ପୋଲିସ ପାଟ୍ରୋଲିଂ କରି ଦୋକାନ ବଜାରକୁ ଠିକ୍ ସମୟରେ ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଦୋକାନ ବଜାର କୋଭିଡ଼ ନିୟମକୁ ନମାନିଲେ ସେଗୁଡିକୁ ସପ୍ତାହେ କାଳ ବନ୍ଦ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details