ଓଡିଶା

odisha

ETV Bharat / state

ହୋମଗାର୍ଡ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ - ହୋମ ଗାର୍ଡ

ଗଞ୍ଜେଇ ଚୋରା ଚାଲାଣ ସମୟରେ ହୋମଗାର୍ଡଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଗଞ୍ଜେଇ ଚୋରା ଚାଲାଣ ସମୟରେ ପୋଲିସକୁ ଗିରଫ ପୋଲିସ
ଗଞ୍ଜେଇ ଚୋରା ଚାଲାଣ ସମୟରେ ପୋଲିସକୁ ଗିରଫ ପୋଲିସଗଞ୍ଜେଇ ଚୋରା ଚାଲାଣ ସମୟରେ ପୋଲିସକୁ ଗିରଫ ପୋଲିସ

By

Published : Aug 27, 2021, 9:43 AM IST

କୋରାପୁଟ: ପୁଣି ଖାକିରେ ଲାଗିଲା ଦାଗ । ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ପୋଲିସକୁ ଧରିଲା ପୋଲିସ । । ଗତକାଲି କୋରାପୁଟ ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରୁ ଦୁଇଟି ଟ୍ରକକୁ ଜବତ କରି ଗୋଟିଏରୁ ଏକ ଟନ ଓ ଅନ୍ୟଟିରୁ ୫କୁଇଣ୍ଟାଲ ୮୯ କେଜି ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହି ଗାଡି ମଧ୍ୟରୁ ଗୋଟିଏ କୋଇଲା ବୋଝେଇ ଟ୍ରକ ରହିଥିବା ବେଳେ ଏହି ଟ୍ରକରେ ରାଜ୍ୟ ବାହାରକୁ ହୋମଗାର୍ଡ ଜଣକ ଗଞ୍ଜେଇ ଚାଲାଣ କରୁଥିଲେ ।

ଗଞ୍ଜେଇ ଚୋରା ଚାଲାଣ ସମୟରେ ପୋଲିସକୁ ଗିରଫ ପୋଲିସ

ଏନେଇ ପୋଲିସ ତାଙ୍କୁ ଗିରଫ କରିବା ସହ ଅନ୍ୟ ଗାଡିରୁ ୫ଜଣ ମାଫିଆଙ୍କୁ ଗିରଫ କରିଛି । ତେବେ ହୋମଗାର୍ଡ ଜଣଙ୍କ ଜୟପୁର ନିକଟସ୍ଥ କୋଲାବ କଲୋନୀର ବୋଲି ଜଣାପଡିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ତେବେ ଗିରଫ ମାଫିଆଙ୍କ ଠାରୁ ମୋବାଇଲ ଫୋନ, ଏଟିଏମ କାର୍ଡ ସମେତ ଅନେକ କାଗଜ ପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା । ଗୋଟେ ପଟେ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ପୋଲିସ ଚଢାଉ ଜାରି ରଖିଛି । କିନ୍ତୁ ଅନ୍ୟ ପଟେ ଗଞ୍ଜେଇ କାରବାରେ ହୋମଗାର୍ଡଙ୍କ ସମ୍ପୃକ୍ତି ଏବେ ପୋଲିସର ଚିନ୍ତା ବଢାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ

ABOUT THE AUTHOR

...view details