ଓଡିଶା

odisha

ETV Bharat / state

କୋରାପୁଟରେ ଜିଲ୍ଲା ଯୋଜନା କମିଟି ବୈଠକ, ୩୪୬୮ କୋଟି ଟଙ୍କାର ପ୍ରସ୍ତାବ ଅନୁମୋଦିତ - ଡିପାଣ୍ଟେମେଣ୍ଟ ବଜେଟ ଅନୁମୋଦ ଓ ବିଜୁ କେବିକେ

କୋରାପୁଟରେ ଅନୁଷ୍ଠିତ ହୋଇଯାଇଛି 21 ତମ ଜିଲ୍ଲା ଯୋଜନା କମିଟି ବୈଠକ। ଅଧିକ ପଢନ୍ତୁ

planning committee meeting held at koraput
planning committee meeting held at koraput

By

Published : May 4, 2023, 2:52 PM IST

Updated : May 4, 2023, 3:16 PM IST

କୋରାପୁଟରେ ଜିଲ୍ଲା ଯୋଜନା କମିଟି ବୈଠକ

କୋରାପୁଟ: ସ୍ଥାନୀୟ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି 21ତମ ଜିଲ୍ଲା ଯୋଜନା କମିଟି ବୈଠକ । ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ବିଭାଗର ବାର୍ଷିକ ଖର୍ଚ୍ଚ ପାଇଁ ବଜେଟ ଅନୁମୋଦନ ଓ ବିଜୁ କେବିକେ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ବିଜୁ କେବିକେ ଯୋଜନାରେ ଆସିଥିବା ଅନୁଦାନକୁ ଅନୁମୋଦନ କରିବା ପାଇଁ ସାଂସଦ ଓ ବିଧାୟକମାନଙ୍କୁ ଅନୁରୋଧ କରାଯାଇଥିଲା । ଅନୁଦାନ ଆସିବା ପରେ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ବିଭାଗକୁ ମିଶାଇ ମୋଟ 3 ହଜାର 486 କୋଟି ଟଙ୍କାର ଅନୁଦାନର ପ୍ରସ୍ତାବ ଉକ୍ତ ବୈଠକରେ ଅନୁମୋଦନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-President Murmu In Odisha: ଜନ୍ମମାଟି ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲାର ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଛି । ଯେଉଁଯେଉଁ ସ୍ଥାନରେ ପାନୀୟ ଜଳର ସମସ୍ୟା ରହିଛି ସେଠାରେ ଜଳ ଯୋଗାଇ ଦେବା ସହିତ ପ୍ରତି ଗ୍ରାମକୁ ବିଦ୍ୟୁତ ଓ ମୋବାଇଲ ନେଟୱାର୍କ ଯୋଗାଇ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସ୍ତରୀୟ ଯୋଜନା ବୈଠକରେ କିଛି ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ରହିଥିବାରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ଜିଲ୍ଲାରେ ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ରହିବେ ତେବେ ଜିଲ୍ଲାରେ କାର୍ଯ୍ୟ କିପରି ହେବ ବୋଲି ବିଧାୟକ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଏସଏଲଏସ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ରାଷ୍ଟ୍ରପତି, ସଭିଁଙ୍କ ମନରେ ଉତ୍ସାହ

ଜିଲ୍ଲା ଯୋଜନା କମିଟି ବୈଠକରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅକ୍‌ତର୍‌, ସାଂସଦ ସପ୍ତଗିରି ଉଲ୍ଲକା, କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହିତ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ଯୋଜନା କମିଟି ବୈଠକରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଜିଲ୍ଲାର ସମସ୍ତ ବିଭାଗକୁ ମିଶାଇ 3 ହଜାର 486 କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ଉକ୍ତ ବୈଠକରେ ଅନୁମୋଦନ କରାଯାଇଥିଲା । ଜିଲ୍ଲା ଯୋଜନା କମିିଟି ବୈଠକରେ ବିଜୁଳି, ପାଣି, ସଡକ ସମସ୍ୟା ଉପରେ ଆଲୋଚାନ ହୋଇଥିବା କହିଛନ୍ତି ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲ ।

ଏହା ମଧ୍ୟ ପଢନ୍ତୁ-କୋଟିଆ ପାଇଁ କାନ୍ଦୁଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ବିଜେପି ସରକାର: ରାଜସ୍ବ ମନ୍ତ୍ରୀ

ଇଟିଭି ଭାରତ, କୋରାପୁଟ

Last Updated : May 4, 2023, 3:16 PM IST

ABOUT THE AUTHOR

...view details