ଓଡିଶା

odisha

ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ ଘର !

ରାଜ୍ୟ ଯୋଜନା ବୋର୍ଡ ହେଉ କିମ୍ବା ଜିଲ୍ଲା ଯୋଜନା ବୋର୍ଡ ଏବେ ଶାସକ ବିଜେଡି ଦଳର ଅସନ୍ତୁଷ୍ଟ ନେତାଙ୍କ ଥଇଥାନ ଘର ପାଲଟିଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସେପଟେ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଥିବା ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ।

By

Published : Aug 25, 2019, 10:22 PM IST

Published : Aug 25, 2019, 10:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଯୋଜନା ବୋର୍ଡ ପାଲଟିଛି ବିଜେଡି ନେତାଙ୍କ ଥଇଥାନ ଘର । ଶାସକ ବିଜେଡି ପ୍ରତି ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟ ଯୋଜନା ବୋର୍ଡ ହେଉ କିମ୍ବା ଜିଲ୍ଲା ଯୋଜନା ବୋର୍ଡ ଶାସକ ବିଜେଡି ଦଳର ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବା ପାଇଁ ସେଗୁଡିକୁ ବଡ ଚତୁରତାର ସହ ବ୍ୟବହାର କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସରକାରଙ୍କ ଏହି ନୀତିର ଉଦାହରଣ ଭାବେ ତାରାପ୍ରସାଦ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ନିଯୁକ୍ତିକୁ ଦର୍ଶାଇଥିଲେ । ତାଙ୍କ କହିବାନୁଯାୟୀ ପ୍ରଥମ ଥର ବିଧାୟକ ହୋଇଥିବା ପଦ୍ମିନୀ ଦିଆନଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଦୁଇଥର ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ଦଳ ରଘୁରାମ ପଡାଲଙ୍କୁ କୌଣସି ସୁଯୋଗ ଦେଇନଥିଲା । ଯାହାକୁ ନେଇ ଦଳ ପ୍ରତି ଅସନ୍ତୋଷ ଥିଲେ ସେ । ରଘୁରାମଙ୍କୁ ମନାଇବା ପାଇଁ ଦଳର ହାଇକମାଣ୍ଡ ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ କରିଥିଲେ ।

ରାଜ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଯଦି ଦଳୀୟ ନେତାଙ୍କ ଥଇଥାନ ପାଇଁ ବ୍ୟବହାର କରାଯାଏ ଏହା ରାଜ୍ୟ ପାଇଁ କ୍ଷତିକାରକ ହେବ ବୋଲି ତାରାପ୍ରସାଦ ଆଶଙ୍କା ପ୍ରକାଶ କରିଛନ୍ତି । ଅପରପକ୍ଷେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ତଥା ବର୍ତ୍ତମାନ ସରକାରରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଥିବା ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସରକାର ଯୋଜନା ବୋର୍ଡରେ ଉପଯୁକ୍ତ ବ୍ୟକ୍ତିଙ୍କୁ ସେମାନଙ୍କ ଦକ୍ଷତାର ଭିତ୍ତିଭୂମି ପରୀକ୍ଷା କରି ରାଜ୍ୟ ଓ ଜିଲ୍ଲାରେ ନିଯୁକ୍ତି ଦେଉଛନ୍ତି । କେନ୍ଦ୍ରର ନୀତି ଆୟୋଗ ଢାଞ୍ଚାରେ ଏହି ଯୋଜନା ବୋର୍ଡ ଗୁଡିକ ମାଧ୍ୟମରେ ରାଜ୍ୟର ବିକାଶ ସମ୍ଭବ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details