ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ଡାକ୍ତର ଆସୁ ନାହାନ୍ତି, ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ - ଖୋର୍ଦ୍ଧାର ଦେଉଳି ମେଡିକାଲ

ଗ୍ରାମାଞ୍ଚଳରେ ରୋଗୀଙ୍କୁ ହାତ ପାଆନ୍ତାରେ ସ୍ବାସ୍ଥ୍ୟସେବାକୁ ଯୋଗାଇ ଦେବାକୁ ସରକାର ସ୍ବାସ୍ଥ୍ୟକେନ୍ଦ୍ର ତ ସ୍ଥାପନ କରିଛନ୍ତି । ହେଲେ ରୋଗୀଙ୍କୁ ଦେଖିବାକୁ ଡାକ୍ତର ନାହାନ୍ତି । ଅଧିକ ପଢନ୍ତୁ

ରାଜଧାନୀ ନାକତଳେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର
ରାଜଧାନୀ ନାକତଳେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

By

Published : Apr 30, 2023, 9:20 PM IST

ରାଜଧାନୀ ନାକତଳେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

ଖୋର୍ଦ୍ଧା:ଗ୍ରାମାଞ୍ଚଳରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା । ସେଥି ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ଡାକ୍ତରଙ୍କ ପାଇଁ ବାସଗୃହ ନିର୍ମାଣ ହେଉଛି । ଏଥି ସହ ଉନ୍ନତଧରଣର ଆଧୁନିକ ଯନ୍ତ୍ରପାତି ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଯୋଗାଇ ଦେଇଛନ୍ତି ସରକାର । କିପରି ଜନସାଧାରଣ ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବାସେବା ପାଇବେ ସେନେଇ ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ ଡାକ୍ତରଙ୍କ ସହ ଫାର୍ମାସିଷ୍ଟ, ଏଏନଏମ, ଆଟେଣ୍ଡାଣ୍ଟ, ସୁଇପର ଓ ସିକ୍ୟୁରିଟିଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ରୋଗୀଙ୍କୁ ଦେଖିବାକୁ ଡାକ୍ତର ନାହାନ୍ତି । ଯାହା ରୋଗୀଙ୍କୁ ଚିନ୍ତାରେ ପକାଇଛି । ଖୋର୍ଦ୍ଧାର ଦେଉଳି ମେଡିକାଲରେ ଏହାର ଏକ ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସ୍ବାସ୍ଥ୍ୟକେନ୍ଦ୍ର ତ ଅଛି କିନ୍ତୁ ଡାକ୍ତର ନାହାନ୍ତି । ଆଉ ରୋଗୀଙ୍କ ସାହା ଭରସା ପାଲଟିଛନ୍ତି ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ୍‌ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ଜିଲ୍ଲାର ତାଳଟୁମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମୟ ଦିନ 10ଟା ପାଖାପାଖି ହୋଇଥିବା ବେଳେ ସେତେବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ଝାଡୁ କରାଯାଉଥିବା ଦେଖିବାକୁ ମିଳିଥିଲା । ନା ଥିଲେ ଡାକ୍ତର ନା ଫାର୍ମାସିଷ୍ଟ କେବଳ ସିକ୍ୟୁରିଟି ଓ ସୁଇପରଙ୍କୁ ଛାଡିଦେଲେ ମେଡିକାଲରେ କେହି ନଥିଲେ । ଦୀର୍ଘ ସମୟ ପରେ ଫାର୍ମାସିଷ୍ଟ ଆସି ଅଫିସ କାମରେ ଥିଲି ଓ କାମ ସାରି ଆସୁଛି ବୋଲି କହିଥିଲେ । ଖାଲି ତାଳତୁମ୍ବ ନୁଁହେ ଦେଉଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମାନ ଅବସ୍ଥା ଡାକ୍ତର ନଥିବା ବେଳେ ରୋଗୀଙ୍କୁ ପ୍ରେସ୍‌କ୍ରିପ୍ସନ ଲେଖିବାଠୁ ଔଷଧ ଦେବା ପର୍ଯ୍ୟନ୍ତ ସବୁ କାମ ଫାର୍ମାସିଷ୍ଟ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ଗୌଡ଼ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଆସିବା କାରଣରୁ କିଭଳି ଏଠାକୁ ଆସୁଥିବା ରୋଗୀ ଦହଗଞ୍ଜ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୁଣି ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ: ବୈଜ୍ଞାନିକ ଅଜିତ ମହାନ୍ତି ହେଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସକାଳ 8ଟାରୁ ଦିନ 12 ଟା ଏବଂ ଅପରାହ୍ନରେ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇବା ନିୟମ ରହିଛି । କିନ୍ତୁ ଡାକ୍ତର ଆସୁନଥିବାରୁ ଡାକ୍ତରଖାନା ଆସି ହନ୍ତସନ୍ତ ହେଉଛନ୍ତି ରୋଗୀ । ଏଠାରେ ରୋଗୀଙ୍କ ପ୍ରେସକ୍ରିପ୍ସନ ଲେଖିବା ସହ ଔଷଧ ଦେଉଛନ୍ତି ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ୍‌ । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏପରି ଅବହେଳା ସ୍ଥାନୀୟ ଲୋକଙ୍କୁ ବ୍ୟତିବସ୍ତ କରିଛି । ତେବେ ପ୍ରଶାସନ କେବେ ଘଟଣାର ତଦନ୍ତ କରି ଡାକ୍ତର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ , ଖୋର୍ଦ୍ଧା

ABOUT THE AUTHOR

...view details