ଓଡିଶା

odisha

ETV Bharat / state

ନିୟମରେ ସାମାନ୍ୟ କୋହଳ, ବେଲଗାମ ଜନଗହଳି - people on the road in koraput

କୋରାପୁଟରେ ଗତ ଦୁଇ ଦିନର ସପ୍ତାହନ୍ତ ସଟଡାଉନ ପରେ ଆଜି ସକାଳ 6ଟା ଠାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ହେବା ପରେ ସରକାରଙ୍କ ସମସ୍ତ କୋଭିଡ଼ ନିୟମାବଳୀକୁ ଭାଙ୍ଗି ରାସ୍ତା ଉପରେ ଏବଂ ବଜାର ଘାଟରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ନିୟମରେ ସାମାନ୍ୟ କୋହଳ, ବେଲଗାମ ଜନଗହଳି
ନିୟମରେ ସାମାନ୍ୟ କୋହଳ, ବେଲଗାମ ଜନଗହଳି

By

Published : May 10, 2021, 5:42 PM IST

କୋରାପୁଟ :କୋଭିଡ଼ର ଦ୍ଵିତୀୟ ଲହରୀ କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା 200 ଟପିନାହିଁ । ତେବେ ଦ୍ଵିତୀୟ ଲହରୀରେ ଆଜି ପର୍ଯ୍ୟନ୍ତ 1262 ଜଣ କୋଭିଡ଼ ସଂକ୍ରମଣର ଶିକାର ହୋଇଥିବାବେଳେ ଆଜି 142 ଜଣ ନୂତନ ଭାବେ ସଂକ୍ରମିତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି । କିନ୍ତୁ, କୋରାପୁଟ ଜିଲ୍ଲାର ସହର ଗୁଡିକର ଦୋକାନ ବଜାରରେ ପ୍ରତିଦିନ ଦେଖାଯାଉଥିବା ଅସମ୍ଭାଳ ଗହଳିକୁ ଦେଖିଲେ ଜିଲ୍ଲାର ସ୍ଥିତି ଏପରି ଆଉ କେତେଦିନ ରହିପାରିବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଗତ ଦୁଇ ଦିନର ସପ୍ତାହନ୍ତ ସଟଡାଉନ ପରେ ଆଜି ସକାଳ 6ଟା ଠାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ହେବା ପରେ ସରକାରଙ୍କ ସମସ୍ତ କୋଭିଡ଼ ନିୟମାବଳୀକୁ ଭାଙ୍ଗି ରାସ୍ତା ଉପରେ ଏବଂ ବଜାର ଘାଟରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଘର ପାଖରୁ 500 ମିଟର ଦୂରତାରେ ଚାଲିଚାଲି ଅତ୍ୟାବଶ୍ୟକୀୟ ଜିନିଷ କିଣିବା ପାଇଁ ଅନୁମତି ଥିବାବେଳେ ହଜାର ହଜାର ଗାଡି ମଟର କୋରାପୁଟର ଗଳିକନ୍ଦିରେ ଦେବାକୁ ମିଳିଥିଲା ।

ନିୟମରେ ସାମାନ୍ୟ କୋହଳ, ବେଲଗାମ ଜନଗହଳି

ଫଳସ୍ୱରୂପ ସହରର ପ୍ରତିଟି ରାସ୍ତାରେ ଗାଡ଼ି ମଟର ଏପରିକି ପଦଯାତ୍ରୀଙ୍କ ଯିବା ଆସିବାରେ ସମସ୍ୟା ଦେଖା ଦେଇଥିଲା । ହଜାର ହଜାର ସଂଖ୍ୟାରେ କୋଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ହାତଗଣତି ପୋଲିସ ଏକ ପ୍ରକାର ନିରୁପାୟ ହୋଇପଡିଥିବା ଦେଖାଯାଇଥିଲା । ନିଜ ସ୍ଥିତି ଜାହିର କରିବା ପାଇଁ କିଛି ଟ୍ରାଫିକ କନଷ୍ଟେବଳ କିଛି ଗାଡିକୁ ଅଟକାଇ ଫାଇନ ଆଦାୟ କରୁଥିବାବେଳେ ଅନେକ କୋରୋନାର ବିପଦକୁ ଭୃକ୍ଷେପ ନକରି ପରିବାରବର୍ଗଙ୍କ ସହ ପୋଲିସର ଅସହାୟ ସ୍ଥିତିର ଫାଇଦା ଉଠାଇ ଖସି ଯିବାରେ ସମର୍ଥ ହେଉଥିଲେ । ତେବେ କୋଭିଡ଼ର ନିୟମକୁ ବେଖାତିର କରୁଥିବା ଜନତାଙ୍କ ଏପରି ବେପରୁଆ ମନୋଭାବ ଜିଲ୍ଲାରେ କୋଭିଡ଼ର ସ୍ଥିତିକୁ କେଉଁ ମୋଡ ଦେବ ତାହା କେବଳ ସମୟ ହିଁ କହିବ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details