କୋରାପୁଟ: ଦିନକ ପରେ ଦେଶ ପାଳିବ ସ୍ବାଧୀନତା ଦିବସ । କୋରାପୁଟରେ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପୋଲିସ ପ୍ୟାରେଡ଼ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରିବେ ।
କିନ୍ତୁ ଏହି ଉତ୍ସବରେ ନା ପ୍ୟାରେଡ଼ ହେବ ନା କେହି ଦର୍ଶକ ଆସିବେ । ତେଣୁ ପୋଲିସ ପଡ଼ିଆରେ ଜାତୀୟ ପତକା ମୁଖ୍ୟ ଅତିଥି ଉତ୍ତୋଳନ କରିବା ସମୟରେ ଜିଲ୍ଲାବାସୀ ନିଜ ନିଜ ଘରେ ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମଦ ଅନୁରୋଧ କରିଛନ୍ତି ।