କୋରାପୁଟ: ସରିଛି ଲକଡାଉନ ଅବଧି । ଏମିତିରେ କୋରାପୁଟ ସହରରେ ସତେ ଯେମିତି ଲକଡାଉନ କଟକଣା ସବୁ ଭୁଲି ବସିଛନ୍ତି ସ୍ଥାନୀୟବାସୀ । ଅନେକ ଦିନ ଧରି ବଜାରକୁ ପନିପରିବା ଆଣି ପାରୁନଥିବା ଚାଷୀଙ୍କ ପାଇଁ ସାପ୍ତାହିକ ହାଟ ବରଦାନ ସାଜିଥିବା ବେଳେ ଗ୍ରାହକଙ୍କ ବ୍ୟସ୍ତ ମନୋଭାବ ସାମାଜିକ ଦୂରତ୍ବ ଭଳି ଗୁରୁତ୍ବପୂର୍ଣ୍ଣ ନିୟମାବଳୀକୁ ମଧ୍ୟ ପଛରେ ପକାଇ ଦେଉଥିବା ଦେଖାଯାଇଛି ।
ଲକଡାଉନ ସରୁସରୁ କଟକଣା ଭୁଲିଲେ କୋରାପୁଟବାସୀ - କୋରାପୁଟରେ ସାମାଜିକ ଦୂରତା କଟକଣା ଅଣଦେଖା
ସରିଛି ଲକଡାଉନ ଅବଧି । ଏମିତିରେ କୋରାପୁଟ ସହରରେ ସତେ ଯେମିତି ଲକଡାଉନ କଟକଣା ସବୁ ଭୁଲି ବସିଛନ୍ତି ସ୍ଥାନୀୟବାସୀ ।
ଲକଡାଉନ ସରୁ ସରୁ କଟକଣା ଭୁଲିଲେ କୋରାପୁଟବାସୀ
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ହେଁ ଦୋକାନ ଓ ହାଟରୁ ପ୍ରଥମେ ଜିନିଷ କିଣି ଫେରିଯିବାର ବ୍ୟସ୍ତତା ଏହାକୁ ଉପହାସ କରିବା ଭଳି ଜଣା ପଡୁଛି । ଲକଡାଉନ ଅବଧି ସରିଥିବା ବେଳେ ଅପରପାର୍ଶ୍ବରେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏମିତିରେ କୋରାପୁଟବାସୀଙ୍କ ଏପରି ବ୍ୟଗ୍ରତା କୋରାପୁଟରେ ପୁଣି ଯେ ଲକଡାଉନ ସ୍ଥିତି ଲାଗୁ କରିବ ସେନେଇ ପରିବେଶବିତ୍ ଆଶଙ୍କା ବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ