କୋରାପୁଟ: ଜିଲ୍ଲାରେ କୋରୋନା ଟେଷ୍ଟ ରିପୋର୍ଟକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ସ୍ବାବ ଟେଷ୍ଟିଂ ପରେ ପ୍ରଶାସନ ପକ୍ଷରୁ କେତବେଳେ ରିପୋର୍ଟ ନେଗେଟିଭ କହୁଥିବା ବେଳେ ସମାନ ଲୋକଙ୍କୁ ରିପୋର୍ଟ ପଜିଟିଭ କୁହଯାଉଥିବା ଅଭିଯୋଗ ହୋଇଛି ।
ଫଳରେ ପ୍ରଭାବିତ ବ୍ୟକ୍ତିଙ୍କ ସହ ପାଖ ପଡୋଶୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରି ଘଟଣା ଘଟିଛି ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ । ସୁନାବେଡା ଏଇଏଫ କଲୋନୀରେ ଏକ ଦୋକାନ ଖୋଲି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ଜଣକ ଗଞ୍ଜାମରୁ ଫେରିବା ପରେ ତାଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଇଥିଲା । ତେବେ ତାଙ୍କ ନମୁନାରେ କୋରୋନା ଲକ୍ଷଣ ନଥିବା କହି ତାଙ୍କୁ କର୍ତୃପକ୍ଷ ଘରକୁ ଫେରିଯିବା ପାଇଁ କହିଥିଲେ । ପରେ ସେ ନିଜ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ ।
ତେବେ ଆଜି ହଠାତ ପତ୍ନୀଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ସ୍ବାବ ନମୁନା ପଜିଟିଭି ଥିବା କହି ଘର ସାମନାରେ ଆମ୍ବୁଲାନ୍ସ ଆସି ପହଞ୍ଚିବା ପରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଦୋକାନକୁ ଆସି ଜିନିଷ କିଣିଥିବା ପରିବାର ଲୋକେ, ପଡୋଶୀ ଓ ସାହି ବାସିନ୍ଦା ପ୍ରଶାସନର ଏପରି ବେପରୁଆ ମନୋଭାବକୁ ବିରୋଧ କରିଥିଲେ ।