ଓଡିଶା

odisha

ETV Bharat / state

ଲୋକକଳା ପ୍ରତି କମୁଛି ଆଦର - ଲୋକକଳା

କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଲୋକକଳା ଦିବସ ପାଳିତ ହୋଇଯାଇଛି । ଏଥିରେ ବହୁକଳାକାର ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦାତା, କୋରାପୁଟ

By

Published : Jun 14, 2019, 11:51 PM IST

କୋରାପୁଟ: ଜିଲ୍ଲାସ୍ତରୀୟ ପ୍ରଥମ ଲୋକକଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଲୋକକଳା ଉତ୍ସବରେ ବହୁ କଳାକାର ଯୋଗ ଦେଇଥିଲେ । ଆଧୁନିକ ବାଜା ଯୋଗୁଁ ଧିରେ ଧିରେ ସମାଜରେ ଲୋକକଳା ଲୋପ ପାଇବାକୁ ବସିଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦାତା, କୋରାପୁଟ

ତେବେ ଜୟପୁରର ସଙ୍ଗୀତ ପ୍ରେମୀ ଗୁରୁ କାହ୍ନୁଚରଣ ପ୍ରଧାନଙ୍କ ମତରେ, ପିଲାଟି ଦିନରୁ ପାରମ୍ପରିକ ସଙ୍ଗୀତ ,ଲୋକକଳା ଓ ସଂସ୍କୃତି ପ୍ରତି ପିଲାଙ୍କ ମଧ୍ୟରେ ଆକର୍ଷଣ ଓ ସମ୍ମାନ ବୋଧ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏପରି କରିବା ଦ୍ୱାରା ଲୋକ କଳା ଦୀର୍ଘଦିନ ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ ।

ଅନ୍ୟପଟେ ସରକାରଙ୍କ ତରଫରୁ କଳାକାର ଭତ୍ତା ଦେବା ସହିତ ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଉଥିବା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details