ଓଡିଶା

odisha

By

Published : Dec 14, 2019, 11:23 AM IST

ETV Bharat / state

ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ

କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ପୋଲ ପାଞ୍ଚଟି ପଞ୍ଚାୟତର ଗ୍ରାମବାସୀ ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ପୋଲ ଉପରେ ଯିବାଆସିବା କରିଥାଆନ୍ତି । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ
ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ

କୋରାପୁଟ: ଜୀବନକୁ ପାଣି ଛଡାଇ ପୋଲ ଉପରେ ଯିବାଆସିବା କରୁଛନ୍ତି ପାଞ୍ଚଟି ପଞ୍ଚାୟତର ଗ୍ରାମବାସୀ । ଏଦୃଶ୍ୟ ହେଉଛି କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ପୋଲର । ପାଞ୍ଚଟି ପଞ୍ଚାୟତର ଗ୍ରାମବାସୀ ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ପୋଲ ଉପରେ ଯିବାଆସିବା କରିଥାଆନ୍ତି ।

ବଡସୁକୁ, ଉମ୍ବେଲ, ବନମାଳିପୁଟ, କୁମାରଗନ୍ଧଣା ଓ ଟିକରପଡା ପଞ୍ଚାୟତର ଶହ ଶହ ପରିବାର ପାଇଁ ଏହି ପୋଲ ଜୀବନଯାତ୍ରାର ଏକ ମାଧ୍ୟମ । ଜିଲ୍ଲା ସଦର ମହକୁମା କୋରାପୁଟକୁ ଯେକୌଣସି କାର୍ଯ୍ୟରେ ଆସିବାକୁ ହେଲେ ଏହି ବାଟ ଛାଡି ଦେଲେ ସେମାନଙ୍କୁ 50ରୁ60 କିଲୋମିଟର ବୁଲାଣି ରାସ୍ତାରେ ନନ୍ଦପୁର ବାଟ ଦେଇ ଆସିବାକୁ ହୋଇଥାଏ ।

ମରଣଯନ୍ତା ପାଲଟିଛି ପୋଲ: ସଙ୍କଟରେ ପାଞ୍ଚ ପଞ୍ଚାୟତବାସୀଙ୍କ ଜୀବନ

ତେଣୁ ଜୀବନକୁ ବାଜି ଲଗାଇ କିଏ ପାଦରେ ଚାଲି ତ ପୁଣି କିଏ ମଟରସାଇକଲ ଯୋଗେ ଏହି ପୋଲ ଉପର ଦେଇ ଚଳପ୍ରଚଳ କରିବା ପାଇଁ ବାଧ୍ୟ ହେଉଥିବା ଉମ୍ବେଲ ପଞ୍ଚାୟତରୁ ନିତିଦିନ କୋରାପୁଟ ଆସୁଥିବା ଗଙ୍ଗାଧର ମୁଦୁଲି ଜଣାଇଛନ୍ତି । ଏପରିକି ଅନେକ ସମୟରେ ମଟରସାଇକଲ ପୋଲ ଉପରୁ ପାଣି ମଧ୍ୟକୁ ଖସିଯାଇଛି । ତେବେ ବର୍ଷ ବର୍ଷ ଧରି ରେଳ ପୋଲ କଡେକଡେ ଗାଡି ମଟର ଯାଇପାରୁଥିବା ଏକ କଂକ୍ରିଟ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇଆସିଛି ।

ଅନେକବାର ରେଳରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ନିଆଯିବା ପରେ ଏକ ବ୍ରିଜ ନିର୍ମାଣ କରିବା ନେଇ ଗତ ନିର୍ବାଚନ ପୂର୍ବବର୍ତ୍ତୀ ସଭାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ସେ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଇଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନିମାଇଁ ସରକାର କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ରେଳରୋକ କରାଯିବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସରକାର ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details