କୋରାପୁଟ:ଛୁଆଁ ଅଛୁଆଁ ଭେଦ ଭାବ ଆଗରେ ହାରିଗଲା ମାନବିକତା । ଅନ୍ୟ ଜାତିରେ ଖାଇବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ । ମୃତଦେହକୁ ଚାରି କାନ୍ଧ ନମିଳିବାରୁ ଶେଷରେ କୋକେଇକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ମୃତକଙ୍କ ପୁଅ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗିମଠ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ବୃଦ୍ଧା ମୁକ୍ତା ପରଜା ।
ମୃତଦେହ ଛୁଇଁଲେନି ଗ୍ରାମବାସୀ, ମାଆର କୋକେଇକୁ ଘୋଷାଡି ଘୋଷାଡି ନେଲା ପୁଅ - ଜାତିଆଣ ମନୋଭାବ
ଜାତିଆଣ ମନୋଭାବରୁ ମୃତଦେହକୁ ମିଳିଲାନି ଚାରି କାନ୍ଧ, ଶେଷରେ ମାଆର କୋକେଇକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲା ପୁଅ । ଅଧିକ ପଢନ୍ତୁ
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗତ ୬ମାସ ତଳେ ମୃତ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଥିବାରୁ ଗ୍ରାମବାସୀ ମାନେ ଉକ୍ତ ପରିବାରକୁ ଗାଁରୁ ବାସନ୍ଦ କରିଥିଲେ । ସେମାନଙ୍କୁ ଗାଁରେ ଆୟୋଜିତ କୌଣସି ଭୋଜି ଭାତରେ ବି ସାମିଲ କରୁନଥିଲେ । ଗ୍ରାମବାସୀଙ୍କ ଏହି କଠୋର ନିୟମ ଯୋଗୁଁ ମୁକ୍ତା ମୃତ୍ୟୁ ବରଣ କରିବା ପରେ ମଧ୍ୟ ମୃତଦେହକୁ ଚାରି କାନ୍ଦ ଦେବା ତ ଦୂରର କଥା ଛୁଇଁ ନଥିଲେ ଗ୍ରାମବାସୀ । ଶେଷରେ ମଙ୍ଗଳା ଶବର ଓ ତାଙ୍କ ପତ୍ନୀ କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ଶ୍ମଶାନକୁ ନେଇଥିଲେ ।
ତେବେ ବୋହୂ କୋକେଇକୁ ଧରି ପାରୁନଥିବାରୁ ରାସ୍ତା ମଝିରେ ମୃତଦେହ ବାରମ୍ବାର ପଡି ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସଂପର୍କରେ ଜାଣିବା ପରେ ଜୟପୁର ବିଡ଼ିଓ ସୁରଜ ପଟ୍ଟନାୟକ ଏହାର ତଦନ୍ତ କରିବାର ପ୍ରତିଶ୍ରୁତି ଦେଇ ପରିବାରକୁ 5000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।